Categories: ଖେଳ

ସାଇକ୍ଲିଂ ଓ କ୍ରିକେଟ ଖେଳୁଛନ୍ତି ହିମା

ନୂଆଦିଲ୍ଲୀ, ୧୩ା୭ (ପି.ଟି.)-ଷ୍ଟାର ସ୍ପ୍ରିଣ୍ଟର ହିମା ଦାସ ଅଲିମ୍ପିକ୍ସ କ୍ୱାଲିଫାଇଂ ପାଇଁ ଚିନ୍ତିତ ନୁହନ୍ତି। କୋଭିଡ୍‌-୧୯ ଜନିତ କଟକଣା ଯୋଗୁ ପୁର ଦମ୍‌ରେ ଟ୍ରେନିଂ ସମ୍ଭବର ନୁହେଁ। ଫିଟ୍‌ନେସ୍‌ ବଜାୟ ରଖିବା ପାଇଁ ସେ ସାଇକ୍ଲିଂ କରିବା ସହ କିଛି ସମୟ କ୍ରିକେଟ ଖେଳୁଛନ୍ତି। ବର୍ତ୍ତମାନ ପଟିଆଲାସ୍ଥିତ ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସ୍ପୋଟର୍‌ସ (ଏନ୍‌ଆଇଏସ୍‌)ରେ ଅବସ୍ଥାନ କରୁଥିବା ହିମା କହିଛନ୍ତି କରୋନା ଭାଇରସ କାରଣରୁ ନିକଟ ଭବିଷ୍ୟତରେ କୌଣସି ପ୍ରତିଯୋଗିତା ଆୟୋଜନ ହେବାର ନାହିଁ। ତେଣୁ ସେ ମଧ୍ୟମ ଧରଣର ଟ୍ରେନିଂ ନେଉଛନ୍ତି। ସେ କହିଛନ୍ତି ଏଠାରେ ଅଧିକ ତାପମାତ୍ରା ରହିଥିବାରୁ କେବଳ ସକାଳେ ଟ୍ରେନିଂ ହେଉଛି। ସନ୍ଧ୍ୟାବେଳେ କିଛି ସମୟ ମିଳୁଛି। ଏହି ସମୟରେ ମୁଁ ସାଇକ୍ଲିଂ ( ଭେଲୋଡ୍ରୋମ୍‌) କରୁଛି ଏବଂ କ୍ରିକେଟ ବଲ୍‌ରେ ବୋଲିଂ କରୁଛି। ବର୍ତ୍ତମାନ ମୁଁ ଯଥା ସମ୍ଭବ ଜୀବନକୁ ଉପଭୋଗ କରିବାକୁ ଚାହୁଁଛି। ସକାରାତ୍ମକ ମନୋଭାବ ସହ ଖୁସି କରିବାକୁ ମୁଁ ପସନ୍ଦ କରେ ବୋଲି ବର୍ତ୍ତମାନ ୪୦୦ ମିଟର ଜୁନିୟର ବିଶ୍ୱ ଚାମ୍ପିୟନ କହିଛନ୍ତି। ମହାମାରୀ ଯୋଗୁ ଟୋକିଓ ଅଲିମ୍ପିକ୍ସ ଏକ ବର୍ଷ ଘୁଞ୍ଚତ୍ୟାଇଛି। ନଭେମ୍ବର ୩୦ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ସିଜନକୁ ସସ୍‌ପେଣ୍ଡ ରଖାଯାଇଛି। ଅଲିମ୍ପିକ୍ସ କ୍ୱାଲିଫିକେଶନ ହାସଲ ନେଇ ମୁଁ ଚିନ୍ତିତ ନୁହେଁ। କାରଣ ଏହା ଅଯଥା ମୁଣ୍ଡ ବ୍ୟଥାର କାରଣ ହେବ। ଆଥଲେଟିକ୍ସ ସିଜନ ଡିସେମ୍ବର ୧ରୁ ଆରମ୍ଭ ହେବ। ଅଲିମ୍ପିକ୍ସ ଯୋଗ୍ୟତା ହାସଲ ପାଇଁ ଆସନ୍ତା ବର୍ଷ ଯଥେଷ୍ଟ ସମୟ ଅଛି ବୋଲି କହିଛନ୍ତି ହିମା। ସୂଚନାଯୋଗ୍ୟ, ଦୁଇ ବର୍ଷ ପୂର୍ବେ ଏହି ଷ୍ଟାର ସ୍ପ୍ରିଣ୍ଟର ଫିନ୍‌ଲାଣ୍ଡରେ ଅନୁଷ୍ଠିତ ବିଶ୍ୱ ଜୁନିୟର ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣ ଜିତିଥିଲେ।

Share