Categories: ଜାତୀୟ

ସବୁଠୁ ଅଧିକ ମୋଟାପଣ, ଡାଇବେଟିସ ରୋଗର ଶିକାର ହିମାଚଳବାସୀ: ଆଇସିଏମଆର ରିପୋର୍ଟ

ଶିମଲା,୨୧।୬: ହିମାଚଳ ପ୍ରଦେଶର ଅଧିକାଂଶ ନାଗରିକ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ମେଦବହୁଳତା ଭଳି ରୋଗରେ ପୀଡିତ ଅଛନ୍ତି। ଏନେଇ ଇଣ୍ଡିଆନ କାଉନସିଲ ଫର୍‌ ମେଡିକାଲ ରିସର୍ଚ୍ଚ(ଆଇସିଏମଆର) ରିପୋର୍ଟରେ ପ୍ରକାଶ କରିଛି। ଅନୁସନ୍ଧାନରେ ଦାବି କରାଯାଇଛି କି, ପାହାଡିଆ ଅଞ୍ଚଳର କଠିନ ଜୀବନଶୈଳୀ ସତ୍ତ୍ୱେ ମଧୁମେହ ଏବଂ ମେଦବହୁଳତା ପରି ରୋଗର ଶିକାର ହୋଇଛନ୍ତିି। ଆଇସିଏମଆରର ଏହି ରିପୋର୍ଟ ନିକଟରେ ମେଡିକାଲ ଜର୍ନାଲ ‘ଦ ଲାନସେଟ ଡାଇବେଟିସ’ ଏବଂ ‘ଏଣ୍ଡୋକ୍ରିନୋଲୋଜି’ରେ ପ୍ରକାଶିତ ହୋଇଛି।

ଏହି ଅଧ୍ୟୟନ କରିଥିବା ଆଇଜିଏମସି ଶିମଲାର ମୁଖ୍ୟ ଅନୁସନ୍ଧାନକାରୀ ଡ. ଜିତେନ୍ଦ୍ର ମୋକଟା କହିଛନ୍ତି, ରାଜ୍ୟରେ ୧୩.୫ ପ୍ରତିଶତ ଲୋକ ଡାଇବେଟିସରେ ପୀଡିତ ଥିବାବେଳେ ଜାତୀୟ ହାର ୧୧.୪ ପ୍ରତିଶତ। ଉତ୍ତରପ୍ରଦେଶର ସର୍ବନିମ୍ନ ୪.୮ ପ୍ରତିଶତ ଏବଂ ଗୋଆରେ ସର୍ବାଧିକ ୨୬.୪ ପ୍ରତିଶତ ଡାଇବେଟିସ ରୋଗରେ ପୀଡିତ।

ସେହିପରିି ହିମାଚଳର ୧୮.୭ ପ୍ରତିଶତ ଲୋକ ପ୍ରି-ଡାଇବେଟିସରେ ପୀଡିତ। ଜାତୀୟ ହାର ହେଉଛି ୧୫.୩ ପ୍ରତିଶତ। ମିଜୋରାମରେ ସର୍ବନିମ୍ନ ୬.୧ପ୍ରତିଶତ ଏବଂ ସିକ୍କିମରେ ସର୍ବାଧିକ୩୧.୩ପ୍ରତିଶତ ପ୍ରି-ଡାଇବେଟିସ ରୋଗରେ ପୀଡିତ।

ରିପୋର୍ଟ ଅନୁଯାୟୀ, ହିମାଚଳର ୩୫.୩ପ୍ରତିଶତ ଲୋକ ଉଚ୍ଚ ରକ୍ତଚାପ ରୋଗରେ ଶିକାର ହୋଇଛନ୍ତି। ଏହାର ଜାତୀୟ ହାର ୩୫.୫ ପ୍ରତିଶତ। ମେଘାଳୟର ଉଚ୍ଚ ରକ୍ତଚାପ ୨୪.୩ ପ୍ରତିଶତ ଥିବାବେଳେ ପଞ୍ଜାବରେ ୫୧.୮ ପ୍ରତିଶତ ରହିଛି।

ରାଜ୍ୟରେ ୩୮.୭ ପ୍ରତିଶତ ଲୋକ ମେଦବହୁଳତାର ପୀଡିତ ଥିବାବେଳେ ୩୮.୭ପ୍ରତିଶତ ଲୋକ ଜେନେରାଲାଇଜଡ ମେଦବହୁଳତାର ଶିକାର ହୋଇଛନ୍ତି। ଏହାର ଜାତୀୟ ହାରି ହେଉଛି ୨୮.୬ପ୍ରତିଶତ। ଅର୍ଥାତ୍‌ ଜାତୀୟ ହାର ତୁଳନାରେ ହିମାଚଳରେ ୧୦ ପ୍ରତିଶତ ଅଧିକ ଲୋକ ମୋଟାପଣର ଶିକାର ହୋଇଛନ୍ତି। ଝାଡଖଣ୍ଡର ସର୍ବନିମ୍ନ ୧୧.୬ ପ୍ରତିଶତ ଏବଂ ପଣ୍ଡିଚେରୀର ୫୩.୩ପ୍ରତିଶତ ଲୋକ ଏହି ରୋଗରେ ପୀଡିତ ଅଛନ୍ତି।

 

Share