ଟିକାକରଣରେ ହିମାଚଳ ପ୍ରଦେଶ ଚାମ୍ପିୟନ, ପ୍ରଧାନମନ୍ତ୍ରୀ ଜଣାଇଲେ ଅଭିନନ୍ଦନ…

ନୂଆଦିଲ୍ଲୀ,୬।୯: କରୋନା ମହାମାରୀ ଲଢ଼େଇରେ ହିମାଚଳ ପ୍ରଦେଶ ନୂଆ ଇତିହାସ ସୃଷ୍ଟି କରିଛି। ଶତ ପ୍ରତିଶତ ଟିକାକରଣ ଅଭିଯାନ ରାଜ୍ୟରେ ସଫଳ ହୋଇଛି। ରାଜ୍ୟର ସମସ୍ତଙ୍କୁ ଟିକାର ପ୍ରଥମ ଡୋଜ୍‌ ପ୍ରଦାନ କରାଯାଇଛି। ଏନେଇ ଆୟୋଜିତ ଏକ ଭର୍ଚ୍ୟୁଆଲ୍‌ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଟିକାକରଣରେ ଚାମ୍ପିୟନ ପାଲଟି ଥିବା ହିମାଚଳ ପ୍ରଦେଶର ଟିକା ନେଇଥିବା ଲୋକଙ୍କ ସହିତ ସୋମବାର ଆଲୋଚନା କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ମଧ୍ୟ ଉପସ୍ଥିତ ଥିଲେ। ଦେଶର ପ୍ରଥମ ରାଜ୍ୟ ଭାବେ ହିମାଚଳ ପ୍ରଦେଶ ଏଭଳି କରିବାକୁ ସକ୍ଷମ ହୋଇଛି।

ହିମାଚଳରେ ସମସ୍ତ ପ୍ରକାରର ଅସୁବିଧା ରହିଛି। ଯାହା ଟିକାକରଣରେ ବାଧା ସୃଷ୍ଟି କରିବାର ଆଶଙ୍କା  ଥିଲା। ଏକ ପାହାଡ଼ିଆ ରାଜ୍ୟ ହୋଇଥିବାରୁ ପରିବହନର ସମସ୍ୟା ଏଠାରେ ରହିଛି। କରୋନା ଟିକା ସଂରକ୍ଷଣ ଏବଂ ପରିବହନରେ ଅଧିକ ସମସ୍ୟା ହେବାର ଆଶଙ୍କା କରାଯାଉଥିଲା। କିନ୍ତୁ ପରିସ୍ଥିତିକୁ ନିୟନ୍ତ୍ରଣ କରି ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ବହୁବିଧ ବ୍ୟବସ୍ଥା ପ୍ରଶଂସନୀୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Share