Categories: ଜାତୀୟ

ହିମାଚଳ ପ୍ରଦେଶରେ ସାମିଲ ହେଲା ଭାଗବତ ଗୀତା

ଶିମଲା,୪।୪: ଗୁଜରାଟ ଓ କର୍ନାଟକ ପରେ ଏବେ ହିମାଚଳ ପ୍ରଦେଶରେ ପିଲାଙ୍କ ପାଠପଢ଼ାରେ ସାମିଲ ହୋଇଛି ଭାଗବତ ଗୀତା। ୨୦୨୨-୨୩ ପାଠ୍ୟକ୍ରମରେ ନବମରୁ ଦ୍ୱାଦଶ ଶ୍ରେଣୀର ପିଲାଙ୍କ ପାଠପଢ଼ାରେ ଭାଗବତ ଗୀତା ସାମିଲ କରିବାକୁ ହିମାଚଳ ପ୍ରଦେଶର ଶିକ୍ଷାବିଭାଗ ଯୋଜନା କରିଛି। ଏନେଇ ରାଜ୍ୟ ଶିକ୍ଷାମନ୍ତ୍ରୀ ଗୋବିନ୍ଦ ସିଂହ ଠାକୁର ରବିବାର ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଛାତ୍ରମାନଙ୍କୁ ସଂସ୍କୃତି ସହିତ ପରିଚିତ କରାଇବା ଓ ସେମାନଙ୍କୁ ନୈତିକ ଶିକ୍ଷା ପ୍ରଦାନ କରିବା ଉଦ୍ଦେଶ୍ୟରେ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ଏକ ଜନମଞ୍ଚକୁ ସମ୍ବୋଧିତ କରି ଗୋବିନ୍ଦ ସିଂହ କହିଛନ୍ତି। ତେବେ ସ୍କୁଲରେ ସଂସ୍କୃତ ଓ ହିନ୍ଦୀ ଭାଷାରେ ଭଗବତ ଗୀତାର ଶିକ୍ଷାଦାନ କରାଯିବ ବୋଲି ସୂଚନା ରହିଛି। ଏତଦ୍‌ ବ୍ୟତୀତ ହିମାଚଳ ପ୍ରଦେଶ ସରକାର ତୃତୀୟ ଶ୍ରେଣୀରୁ ସଂସ୍କୃତ ପଢ଼ାଇବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

Share