Categories: ଜାତୀୟ

ହିମାଚଳ: ଅକ୍ଟୋବର ୧୩ ପରେ ଯେକୌଣସି ସମୟରେ ଲାଗିପାରେ ଆଦର୍ଶ ଆଚରଣ ସଂହିତା

ଶିମଲା,୧୦ ।୧୦: ହିମାଚଳ ପ୍ରଦେଶରେ ବିଧାନସଭା ନିବାଚନ ପାଇଁ ୧୩ ଅକ୍ଟୋବର ପରେ ଯେ କୌଣି ସମୟରେ ଆଦର୍ଶ ଆଚରଣ ସଂହିତା ଲାଗୁ କରାଯାଇପାରେ । ଗତଥର ବି ଏହା ୧୩ ଅକ୍ଟୋବର ପରେ ଲାଗୁ କରାଯାଇଥିଲା । ଏହାପରେ ନଭେମ୍ବର ପ୍ରଥମ ସପ୍ତାହରେ ନିର୍ବାଚନ ତାରିଖ ଘୋଷଣା କରାଯାଇପାରେ । ରାଜ୍ୟରେ ଯଦି ନଭେମ୍ବରରେ ମତଦାନ କରିବାରେ ବିଳମ୍ବ ହୋଇଯାଏ ତେବେ ନିର୍ବାଚନରେ ସମସ୍ୟା ଉପୁଜିପାରେ । କାରଣ ଏଠାକାର ପାହାଡିଆ ଅଞ୍ଚଳ ବରଫାବୃତ୍ତ ହୋଇଯିବ ।

ସୂଚନାଯୋଗ୍ୟ, ୨୦୧୭ରେ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ୧୩ ଅକ୍ଟୋବରରେ ଘୋଷଣା କରାଯାଇଥିଲା । ଏହାସହ ଆଦର୍ଶ ଆଚରଣ ସଂହିତା ୧୩ ଅକ୍ଟୋବରରେ ଲାଗୁ କରାଯିବା ସହ ନଭେମ୍ବର ୯ରେ ମତଦାନ ଓ ୧୮ ଡିସେମ୍ବରରେ ମତଗଣନା କରାଯାଇଥିଲା । ଏହାପୂର୍ବରୁ ୨୦୧୨ରେ ୩ ଅକ୍ଟୋବରରେ ନିର୍ବାଚନ ତାରିଖ ଘୋଷଣା କରାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୩ ଅକ୍ଟୋବରକୁ ପ୍ରସ୍ତାବିତ ଚମ୍ବା ରାଲି ପର୍ଯ୍ୟନ୍ତ ରାଜ୍ୟ ବିଧାନସଭା ନିର୍ବାଚନର ଘୋଷଣା ସମ୍ଭବ ନ ହୋଇପାରେ । ଏହାପରେ ଯାଇ ଆଦର୍ଶ ଆଚରଣ ସଂହିତା ଲାଗୁ କରାଯାଇପାରେ ।

Share