Categories: ଜାତୀୟ

ହିମାଚଳ ପ୍ରଦେଶ ବିଧାନସଭା ପାଇଁ ମତଦାନ ଆରମ୍ଭ, ଭୋଟ ଦେବାକୁ ଜନତାଙ୍କୁ ମୋଦିଙ୍କ ଅପିଲ, ମୁଖ୍ୟମନ୍ତ୍ରୀ କହିଲେ ନିଶ୍ଚିତ ଜିତିବୁ

ଶିମଲା,୧୨ ।୧୧: ହିମାଚଳ ପ୍ରଦେଶର ବିଧାନସଭା ନିର୍ବାଚନ ପାଇଁ ଶନିବାର ସକାଳ ୮ଟାରେ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ଏହା ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଚାଲିବ । ଏଠାରେ ସମସ୍ତ ୬୮ ଆସନ ଲାଗି ଗୋଟିଏ ପର୍ଯ୍ୟାୟରେ ମତଦାନ ହେଉଛି । ଏଥିରେ ୪୧୨ ଜଣ ପ୍ରାର୍ଥିଙ୍କ ଭାଗ୍ୟ ପରୀକ୍ଷା ହେବ । ଡିସେମ୍ବର ୮ରେ ଏହାର ଫଳାଫଳ ଘୋଷଣା କରାଯିବ ।
ମତଦାନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି ସମସ୍ତ ରାଜ୍ୟବାସୀଙ୍କୁ ଅଧିକରୁ ଅଧିକ ଭୋଟ ଦେବାକୁ ଅପିଲ କରିଛନ୍ତି । ଏହାସହ ଦେବଭୂମୀର ସମସ୍ତ ଜନତାଙ୍କୁ ଭୋଟ ଦେବାକୁ ଅନୁରୋଧ କରିଛନ୍ତି । ଅନ୍ୟପଟେ ପ୍ରଥମଥର ଲାଗି ଭୋଟ ଦେଉଥିବା ଯୁବବର୍ଗଙ୍କୁ ଶୁଭେଚ୍ଛା ବି ଜଣାଇଛନ୍ତି ।
ଭୋଟ ଦେବା ପୂର୍ବରୁ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର, ତାଙ୍କ ପତ୍ନୀ ସାଧନା ଠାକୁର ଓ ଝିଅ ଚନ୍ଦ୍ରିକା ଠାକୁର ଏବଂ ପ୍ରିୟଙ୍କା ଠାକୁର ମନ୍ଦିର ଯାଇ ଈଶ୍ୱରଙ୍କ ଆଶୀର୍ବାଦ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଠାକୁର କହିଛନ୍ତି ଆମେ ଚିଶ୍ଚିତ ଜିତିବୁ ।

Share