Categories: ଜାତୀୟ

ହିମାଚଳ ପ୍ରଦେଶ ବିଧାନସଭାର ୬୮ ଆସନ, ବିଜୟୀ ହେଲେ ଜଣେ ମହିଳା

ଶିମଲା,୯ ।୧୨: ହିମାଚଳ ପ୍ରଦେଶ ବିଧାନସଭାର ଫଳାଫଳ ଆସି ସାରିଛି । ଏଠାରେ ୬୮ ବିଧାନସଭା ଆସନରେ କଂଗ୍ରେସ ବହୁମତ ହାସଲ କରି ଏବେ ସରକାର ଗଠନ କରିବାକୁ ପ୍ରସ୍ତୁତ ହେଉଛି । ଏଠାରେ ପ୍ରତି ୫ ବର୍ଷରେ ଶାସନ କ୍ଷମତା ପରିବର୍ତ୍ତନର ପ୍ରକ୍ରିୟା ଜାରି ରହିଛି । ଏବେ ଏଠାରେ କଂଗ୍ରେସର ବିଜୟ ପରେ ଜଣେ ମହିଳା ବିଧାୟିକା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । କାରଣ ରାଜ୍ୟରେ ସେ ଏକମାତ୍ର ମହିଳା ଭାବେ ଚଳିତଥର ବିଧାନସଭା ନିର୍ବାଚନରେ ବିଜୟୀ ହୋଇଛନ୍ତି । ଏହି ନିର୍ବାଚନରେ ଭିନ୍ନ ଭିନ୍ନ ରାଜନୈତିକ ଦଳ ପ୍ରାୟ ୨୪ ଜଣ ମହିଳାଙ୍କୁ ଟିକେଟ ଦେଇଥିଲେ ।
ରାଜ୍ୟରେ ୧୨ ନଭେମ୍ବରରେ ହୋଇଥିବା ନିର୍ବାଚନରେ ମହିଳାଙ୍କ ପଦର୍ଶନ ନିରାଶ ଜନକ ରହିଛି । ୨୪ ଜଣଙ୍କ ମଧ୍ୟରୁ କେବଳ ଜଣେ ମହିଳା ବିଜୟୀ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦା ତାଙ୍କ ଭାଷଣରେ ମହିଳାଙ୍କ କଥା ଉଠାଇଥିବା ବେଳେ ହିମାଚଳ ପ୍ରଦେଶରେ ଯେଉଁ ମହିଳା ବିଜୟୀ ହୋଇଛନ୍ତି ସେ ହେଉଛନ୍ତି ରିନା କଶ୍ୟବ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେ ହେଉଛନ୍ତି ଭାରତୀୟ ଜନତା ପାର୍ଟି(ଭାଜପା)ର ପ୍ରାର୍ଥି ।

Share