Categories: ଫୁରସତ

ଏହି ମନ୍ଦିରରେ ଭଗବାନ ଶିବଙ୍କୁ ଚଢ଼ାଯାଏ ସିଗାରେଟ

ଆଜି ସାରା ଦେଶରେ ମହାଶିବରାତ୍ରୀ ଉତ୍ସାହର ସହ ପାଳନ କରାଯାଉଛି। ଭକ୍ତମାନେ ମନ୍ଦିରରେ ପହଞ୍ଚି ଭୋଳାନାଥଙ୍କୁ ପୂଜା କରୁଛନ୍ତି। ଭୋଳାନାଥଙ୍କର ଭାଙ୍ଗ, ବେଲପତ୍ର ଏବଂ ଦୁଦୁରା ଫୁଲ ବହୁତ ପସନ୍ଦ। ତେଣୁ ଭକ୍ତମାନେ ଭଗବାନଙ୍କୁ ପ୍ରସନ୍ନ କରିବାକୁ ତାଙ୍କର ମନ ପସନ୍ଦର ଜିନିଷ ଚଢ଼ାଉଛନ୍ତି। ହେଲେ ଭାରରେ ଏମିତି ଅନେକ ଶିବ ମନ୍ଦିର ରହିଛି ଯେଉଁଠି ଭଗବାନଙ୍କୁ ଭିନ୍ନ ଭିନ୍ନ ଜିନିଷ ଭୋଗ ଲଗାଯାଇଥାଏ। ଏମିତି ଏକ ମନ୍ଦିର ହେଉଛି ହିମାଞ୍ଚଳ ପ୍ରଦେଶର ଅର୍କିିରେ ଅବସ୍ଥିତ ଲୁଟରୁ ମହାଦେବ ମନ୍ଦିର।
ଏହି ମନ୍ଦିରରେ ଭଗବାନଙ୍କୁ ଖୁସି କରିବା ପାଇଁ ଭକ୍ତମାନେ ଭୋଗ ରୂପେ ସିଗାରେଟ ଚଢ଼ାଇଥାନ୍ତି। ଭକ୍ତମାନେ ଭିନ୍ନ ଭିନ୍ନ ବ୍ରାଣ୍ଡର ସିଗାରେଟ ଚଢ଼ାଇଥାନ୍ତି। ମହାଶିବରାତ୍ରୀ ଅବସରରେ ଏହି ମନ୍ଦିରରେ ଭକ୍ତଙ୍କ ଭିଡ ଲାଗିଥାଏ। ଏଠାରେ ଭକ୍ତଙ୍କ ସମସ୍ତ ମନସ୍କାମନ୍ନା ପୂର୍ଣ୍ଣ ହୋଇଥାଏ ବୋଲି ଭକ୍ତଙ୍କ ବିଶ୍ୱାସ ରହିଛି। ଏହି ମନ୍ଦିର ଏକ ଗୁମ୍ଫା ମଧ୍ୟରେ ରହିଛି। ଏହା ମଧ୍ୟରେ ଏକ ୮ ଇଞ୍ଚର ଶିବଲିଙ୍ଗ ଅବସ୍ଥିତ। ଏହା ପ୍ରକୃତିକ ଶିବ ଲିଙ୍ଗ ବୋଲି କୁହାଯାଏ। ସ୍ବୟଂ ନିର୍ମିତ ଏହି ଶିବଲିଙ୍ଗରେ ଅନେକଗୁଡିଏ କଣା ରହିଛି। ଶିବଲିଙ୍ଗରେ ଏତେଗୁଡିଏ କଣା ହେବାର କାରଣ ଆଜି ପର୍ଯ୍ୟନ୍ତ କେହି ବୁଝିପାରୁ ନାହାନ୍ତି। ତେବେ ଭଗବାନ ନିଜେ ଏହି କଣା କରିଥିବା କୁହାଯାଏ। ମନ୍ଦିରକୁ ଆସୁଥିବା ଭକ୍ତମାନେ ଲିଙ୍ଗର ଏହି କଣାରେ ସିଗାରେଟ ଲଗାଇଥାନ୍ତି। ଏହି ସିଗାରେଟ କେବେହେଲେ ଅଧା ଜଳି ଲିଭି ନ ଥାଏ। ସମ୍ପୂର୍ଣ୍ଣ ଜଳିବା ପରେ ଲିଭିଥାଏ ବୋଲି କୁହାଯାଉଛି।

Share