Categories: ଜାତୀୟ

୩ ଦିନରେ ଗଲାଣି ୭୧ ଜଣଙ୍କ ଜୀବନ

ଶିମଲା,୧୭।୮: ହିମାଚଳ ପ୍ରଦେଶରେ ବର୍ଷା ହେତୁ ଗତ କିଛି ଦିନ ହେବ ପାହାଡରେ ଫାଟ ସୃଷ୍ଟି ହେବାର ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି। ବର୍ଷା ଏବଂ ଭୂସ୍ଖଳନ ଫଳରେ ଘର ଭୁଶୁଡିବା ଯୋଗୁ ଗତ ୩ଦିନ ମଧ୍ୟରେ ହିମାଚଳରେ ୭୧ ଜଣ ପ୍ରାଣ ହରାଇଛନ୍ତି। ୭.୫ ହଜାର କୋଟିର କ୍ଷୟକ୍ଷତି ହୋଇଛି। ପରିସ୍ଥିତି ଏପରି ଯେ କ୍ଷତିର ଏହି ସଂଖ୍ୟା ମଧ୍ୟ ଅହୁରି ବଢିପାରେ। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି।

Share