ହିମାଚଳରେ ଖୋଲିଲା ପ୍ରଥମରୁ ଅଷ୍ଟମ ଶ୍ରେଣୀ ସ୍କୁଲ: ଖୁସି ବ୍ୟକ୍ତ କଲେ ଛାତ୍ରୀଛାତ୍ର

ଶିମଲା,୧୮।୨: ହିମାଚଳ ପ୍ରଦେଶରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଖୋଲିଛି। ପୂର୍ବରୁ ରାଜ୍ୟରେ ନବମରୁ ଦ୍ୱାଦଶ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଖୋଲିଥିଲା। ଦୀର୍ଘ ଦିନ ପରେ ଗୁରୁବାର ସ୍କୁଲ ଖୋଲିବା ନେଇ ଛାତ୍ରୀଛାତ୍ରମାନେ ଖୁସି ପ୍ରକାଶ କରିଛନ୍ତି। ତେବେ ଛାତ୍ରୀଛାତ୍ରଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍କୁଲର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଏସ୍‌ଓପି ଜାରି କରାଯାଇଛି। ତେବେ ଏସ୍‌ଓପି ଅନୁସାରେ ସ୍କୁଲର ପ୍ରାର୍ଥନା ସଭା ଓ ଖେଳ ଭଳି ସମସ୍ତ କାର୍ଯ୍ୟକ୍ରମ ଉପରେ କଟକଣା ଲଗାଯାଇଛି। ସମସ୍ତ ଛାତ୍ରଙ୍କୁ ମାସ୍କ ପିନ୍ଧିବା ଏବଂ କୋଭିଡ ଅନୁଯାୟୀ ସମସ୍ତ ନିମୟ ମାନିବାକୁ ପରାମର୍ଶ ଦିଆଯାଇଛି। ସମସ୍ତ ଛାତ୍ର, ଶିକ୍ଷକ ଏବଂ କର୍ମଚାରୀମାନେ କରୋନା ନିର୍ଦ୍ଦେଶାବଳୀ ପାଳନ କରିବା ବାଧ୍ୟତାମୂଳକ ବୋଲି ସ୍କୁଲର ଦାୟିତ୍ୱରେ ଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ସ୍କୁଲ ଖୋଲିବା ପୂର୍ବରୁ ସମଗ୍ର କ୍ୟାମ୍ପସ ଓ ଶ୍ରେଣୀଗୃହକୁ ସଫା କରାଯିବ ସହ ସାନିଟାଇଜ୍‌ କରାଯାଇଛି। ଏହାପୂର୍ବରୁ ନଭେମ୍ବର ୨୦୨୧ରେ ମଧ୍ୟ ପ୍ରାଥମିକ ଏବଂ ମଧ୍ୟମ ବିଦ୍ୟାଳୟଗୁଡ଼ିକ କିଛି ଦିନ ପାଇଁ ଖୋଲାଯାଇଥିଲା କିନ୍ତୁ ବର୍ଦ୍ଧିତ କରୋନା ମାମଲାକୁ ଦୃଷ୍ଟିରେ ରଖି ବିଦ୍ୟାଳୟଗୁଡ଼ିକୁ ବନ୍ଦ କରିଦିଆଯାଇଥିଲା।

Share