Categories: ଜାତୀୟ

ଲାହୁଲ-ସ୍ପିଟିି ଗାଁରେ ଅଚାନକ ତୁଷାରପାତ

ଲାହୁଲ-ସ୍ପିଟି,୯।୭: ହିମାଚଳ ପ୍ରଦେଶ ଲାହୁଲ-ସ୍ପିଟି ଜିଲାର ଲୋସାର ଗାଁରେ ରବିବାର ଅଚାନକ ତୁଷାରପାତ ହୋଇଛି। ଏପଟେ କିନ୍ତୁ ଉତ୍ତର ଭାରତର ଅଧିକାଂଶ ସ୍ଥାନରେ ବର୍ଷା ହେଉଥିବା ବେଳେ ଏଭଳି ତୁଷାରପାତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ରବିବାର ସକାଳେ ହଠାତ ଏହି ଗାଁ ବରଫ ଚାଦରରେ ଆଚ୍ଛାଦିତ ହୋଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା।
ତେବେ ରବିବାର ଭୋର ସମୟରେ ଲାହୁଲ-ସ୍ପିଟି ଜିଲାର ଗ୍ରାମ୍ଫୁ ଓ ଛୋଟା ଧାରା ଗାଁରେ ବର୍ଷା ପରେ ବନ୍ୟା ଓ ଭୂସ୍ଖଳନ ହୋଇଥିବା କହିଛନ୍ତି ଜଣେ ଅଧିକାରୀ। ଏବେ ପର୍ଯ୍ୟନ୍ତ ଏଥିରେ କାହାର କିଛି କ୍ଷତି ହୋଇ ନ ଥିବା ଜଣାପଡିଛି।
ସୂଚନାଯୋଗ୍ୟ, ଆଇଏମଡି ପକ୍ଷରୁ ଶନିବାର ଏଠାକାର ୭ ଜିଲା ପାଇଁ ରେଡ ଆଲର୍ଟ କରାଯାଇଥିବା ବେଳେ ୩ ଜିଲା ପାଇଁ ଅରେଞ୍ଜ ଆଲର୍ଟ କରାଯାଇଥିଲା। ୪୮ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ଜାରି ରହିବ ବୋଲି ବି କହିଥିଲା ପାଣିପାଗ ବିଭାଗ।

Share