Categories: ଜାତୀୟ

ଜି-୨୦ ଅନ୍ତର୍ଜାତୀୟ ଫ୍ୟାଶନ ରନୱେରେ ଦେଶର ନେତୃତ୍ୱ ନେବେ ହିମାଚଳର ଝିଅ

ନୂଆଦିଲ୍ଲୀ,୧୦।୭: ମିସ ଆର୍ଥ ଇଣ୍ଡିଆ -୨୦୨୨ ର ବିଜେତା ବଂଶିକା ପରମାର ଲଦାଖରେ ଆୟୋଜିତ ହେବାକୁ ଥିବା ଜି -୨୦ ଅନ୍ତର୍ଜାତୀୟ ଫ୍ୟାଶନ ଇଭେଣ୍ଟରେ ଭାରତର ନେତୃତ୍ୱ ନେବେ। ଅଗଷ୍ଟ ୨୩ରୁ ସେପ୍ଟେମ୍ବର ୩ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଅନ୍ତର୍ଜାତୀୟ ଫ୍ୟାଶନ ରନୱେରେ ଜି -୨୦ ଏବଂ ଜି -୨୦ ଅତିଥି ଦେଶଗୁଡିକର ୨୬ ସୁନ୍ଦରୀମାନେ ଭାଗ ନେବେ। ଏହି ଫ୍ୟାଶନ ରନୱେ ଲଦାଖ ଆର୍ଟ ଆଣ୍ଡ ଏଣ୍ଟରଟେନମେଣ୍ଟ ଆଲାଇନ୍ସ ଏବଂ ଲଦାଖ ସ୍ବୟଂଶାସିତ ହିଲ ଡେଭଲପମେଣ୍ଟ କାଉନସିଲ ଦ୍ୱାରା ଆୟୋଜିତ ହେଉଛି।

Share