Categories: ଖେଳ

୧୦ ଉଇକେଟରେ ଜିତିଲା ହିମାଚଳ

ସମ୍ବଲପୁର,୧୯।୧(ବ୍ୟୁରୋ): ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ଷ୍ଡାଡିୟମରେ ଅନୁଷ୍ଠିତ ୨୫ ବର୍ଷରୁ କର୍ନେଲ ସିକେ ନାଉଡୁ ଟ୍ରଫିରେ ଓଡିଶାକୁ ୧୦ ଉଇକେଟରେ ହରାଇଛି ହିମାଚଳ ପ୍ରଦେଶ। ଫଲୋଅନ୍‌ ପରେ ଓଡ଼ିଶା ମାତ୍ର ୧୯୩ ରନରେ ଅଲଆଉଟ ହୋଇଥିଲା। ହିମାଚଳ ସମ୍ମୁଖରେ ୧ ରନ୍‌ର ବିଜୟ ଲକ୍ଷ୍ୟ ରହିଥିବା ବେଳେ ଦଳ ୧୦ ଉଇକେଟରେ ମ୍ୟାଚକୁ ଜିତି ନେଇଥିଲା। ଜିଲା କ୍ରୀଡା ସଂଘ ଉପସଭାପତି ଦୁଲାଲ ଚନ୍ଦ୍ର ପଧାନଙ୍କ ସଭାପିତ୍ୱରେ ପୁରସ୍କାର ବିତରଣି ସଭା ଅନୁଷ୍ଟିତ ହୋଇଥିଲା ।
୩୧୦ ରନ ଓ ୩ ଉଇକେଟ ନେଇଥିବା ମୁକୁଲ ନେଗୀଙ୍କୁ ପ୍ଲେୟର ଅଫ ଦି ମ୍ୟାଚ ଘୋଷଣା କରାଯାଇଥିଲା। ଜିଲା କ୍ରୀଡା ସଂଘ ସାଧାରଣ ସମ୍ପାଦକ ସୁନୀଲ କୁମାର ସାହୁ ଉଭୟ ଦଳର ଖେଳାଳିଙ୍କୁ ଉତ୍ତରୀୟ ପ୍ରଦାନ କରିଥିଲେ।

Share