୬୫ ପ୍ରତିଶତ ଅଧିକ ହାରରେ ତରଳୁଛି ହିମାଳୟ..

କାଠମାଣ୍ଡୁ,୨୦।୬ : ପ୍ରାୟ ଦୁଇ ବିଲିୟନ ଲୋକଙ୍କ ପାଇଁ ଜଳ ଯୋଗାଣର ଗୁରୁତ୍ୱପୂର୍ଣ୍ଣ ଉତ୍ସ ପାଲଟିଥିବା ହିମାଳୟ ଗ୍ଲେସିୟର ଜଳବାୟୁ ପରିବର୍ତ୍ତନ ଯୋଗୁ ପୂର୍ବ ଅପେକ୍ଷା ଶୀଘ୍ର ତରଳି ଯାଉଛି ବୋଲି ବୈଜ୍ଞାନିକମାନେ ମଙ୍ଗଳବାର ଚେତାବନୀ ଦେଇଛନ୍ତି। ହିମାଳୟ ଗ୍ଲେସିୟର ତରଳିବା ଲୋକେ ଅପ୍ରତ୍ୟାଶିତ ବିପର୍ଯ୍ୟୟର ସମ୍ମୁଖୀନ ହେଉଛନ୍ତି।

ଇଣ୍ଟରନ୍ୟାଶନାଲ ସେଣ୍ଟର ଫର ଇଣ୍ଟିଗ୍ରେଟେଡ ମାଉଣ୍ଟେନ ଡେଭଲପମେଣ୍ଟ (ଆଇସିଆଇଏମଓଡି)ର ଏକ ରିପୋର୍ଟ ଅନୁଯାୟୀ, ପୂର୍ବ ଦଶନ୍ଧି ତୁଳନାରେ ୨୦୧୧ ରୁ ୨୦୨୦ ପର୍ଯ୍ୟନ୍ତ ଗ୍ଲେସିୟର ୬୫ ପ୍ରତିଶତ ଦ୍ରୁତ ଗତିରେ ତରଳି ଯାଉଛି।

ଫିଲିପ ଭେଷ୍ଟର୍‌ କହିଛନ୍ତି ଯେଉଁ ବେଗରେ ବରଫ ତରଳୁଛି ତାହା ଚିନ୍ତାଜନକ ବିଷୟ ପାଲଟିଛି।

୧୬୫ କୋଟି ଲୋକଙ୍କ ପାଇଁ ହିମାଳୟ ଏକ ଗୁରୁତ୍ୱପୂର୍ଣ୍ଣ ଜଳ ଉତ୍ସ। ରିପୋର୍ଟରେ କୁହାଯାଇଛି ହିନ୍ଦୁ କୁଶ ହିମାଳୟ ଅଞ୍ଚଳର ଗ୍ଲେସିୟରଗୁଡିକ ପାର୍ବତ୍ୟ ଅଞ୍ଚଳର ପ୍ରାୟ ୨୪୦ ନିୟୁତ ଲୋକଙ୍କ ପାଇଁ ଏକ ଜଳ ଉତ୍ସ ଏବଂ ନଦୀ ଅବବାହିକାର ୧୬୫ ଲୋକଙ୍କ ପାଇଁ ମୁଖ୍ୟ ଜଳ ଉତ୍ସ।

ନେପାଳ ଭିତ୍ତିକ ଆଇସିଆଇଏମଓଡି, ଏକ ଆନ୍ତଃସରକାରୀ ସଂଗଠନ ଯେଉଁଥିରେ ସଦସ୍ୟ ଦେଶ ଭାବେ ଆଫଗାନିସ୍ତାନ, ବାଂଲାଦେଶ, ଭୁଟାନ, ଚାଇନା, ଭାରତ, ମ୍ୟାନମାର ଏବଂ ପାକିସ୍ତାନ ଆହି ଦେଶ ରହିଛନ୍ତି। ବର୍ତ୍ତମାନର ନିର୍ଗମନ ଟ୍ରାଜେକ୍ଟୋରୀ ଉପରେ ଆଧାର କରି ଗ୍ଲେସିୟର ବର୍ତ୍ତମାନର ପରିମାଣର ୮୦ ପ୍ରତିଶତକୁ ହ୍ରାସ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।

ଗ୍ଲେସିୟର୍‌, ଗଙ୍ଗା, ସିନ୍ଧୁ, ୟେଲୋ, ମେକୋଙ୍ଗ ଏବଂ ଇରୱାଡି ସମେତ ପୃଥିବୀର ୧୦ ଟି ଗୁରୁତ୍ୱପୂର୍ଣ୍ଣ ନଦୀ ପ୍ରଣାଳୀକୁ ଜଳ ଯୋଗାଇଥାଏ ଏବଂ କୋଟି କୋଟି ଲୋକଙ୍କୁ ଖାଦ୍ୟ, ଶକ୍ତି, ନିର୍ମଳ ବାୟୁ ଏବଂ ଆୟ ଯୋଗାଇଥାଏ।

Share