Categories: ବାଣିଜ୍ୟ

ପୁଣି ପ୍ରେମରେ ହିମାଂଶ

ମୁମ୍ବାଇ: ବଲିଉଡ୍‌ ଅଭିନେତା ହିମାଂଶ କୋହଲି ପୁଣି ଥରେ ପ୍ରେମରେ ପଡ଼ିଥିବା ଚର୍ଚ୍ଚା ଜୋର ଧରିଛି। ସେ ଖ୍ୟାତନାମା ନୃତ୍ୟଶିଳ୍ପୀ ତଥା କୋରିଓଗ୍ରାଫର ଶକ୍ତି ମୋହନଙ୍କ ପ୍ରେମରେ ପଡ଼ିଥିବା ଜାଣିବାକୁ ମିଳିଛି। ସୋସିଆଲ ମିଡିଆରେ ଦୁହିଁଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି। ଉଭୟ ଏକ ରୋମାଣ୍ଟିକ ଡେଟ୍‌ରେ ଏକାଠି ବସିଥିବା ନଜରକୁ ଆସିଛନ୍ତି। ଲୋକପ୍ରିୟ ଗାୟକ ନୀତି ମୋହନଙ୍କ ଭଉଣୀ ହେଉଛନ୍ତି ଶକ୍ତି ମୋହନ। ସେ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ଶୋ’-୨ର ବିଜେତା ହୋଇଥିଲେ। ତେବେ ପୂର୍ବରୁ ହିମାଂଶ କୋହଲି ଏବଂ ଗାୟିକା ନେହା କକ୍କଡ଼ଙ୍କ ସମ୍ପର୍କ ନେଇ ଦୁହେଁ ଚର୍ଚ୍ଚାରେ ଥିଲେ। ଦୀର୍ଘଦିନ ଧରି ପରସ୍ପରକୁ ଡେଟ୍‌ କରିବା ପରେ ଉଭୟ ଅଲଗା ହୋଇଯାଇଥିଲେ। ସେତେବେଳେ ଦୁହିଁଙ୍କ ବ୍ରେକଅପ୍‌କୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଏହାର କିଛି ବର୍ଷ ପରେ ନେହା ଗାୟକ ରୋହନପ୍ରିତ ସିଂଙ୍କୁ ୨୦୨୦ରେ ବିବାହ କରିଛନ୍ତି।

Share