Categories: ଜାତୀୟ

ସିଡିଏସ୍‌ ପରୀକ୍ଷାରେ ଉତ୍ତରାଖଣ୍ଡର ହିମାଂଶୁ ଟପ୍ପର

ନୈନିତାଲ,୬।୬: ମିଳିତ ପ୍ରତିରକ୍ଷା ସେବା (ସିଡିଏସ୍‌) ପରୀକ୍ଷାରେ ଉତ୍ତରାଖଣ୍ଡର ହଲଦ୍ୱାନି ଅଞ୍ଚଳର ହିମାଂଶୁ ପାଣ୍ଡେ(୨୨) ସର୍ବଭାରତୀୟସ୍ତରରେ ଟପ୍ପର ହୋଇଛନ୍ତି। କେନ୍ଦ୍ରୀୟ ଲୋକ ସେବା ଆୟୋଗ(ୟୁପିଏସ୍‌ସି) ପରିଚାଳିତ ଏହି ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି।

ଡେରାଡୁନ୍‌ସ୍ଥିତ ଇଣ୍ଡିଆନ୍‌ ମିଲିଟାରୀ ଏକାଡେମୀ(ଆଇଏମ୍‌ଏ) ପାଇଁ ପାଣ୍ଡେଙ୍କୁ ଚୟନ କରାଯାଇଛି। ପିଲାଦିନୁ ସେ ଦେଶର ସୁରକ୍ଷା ପାଇଁ କାର୍ଯ୍ୟ କରିବାକୁ ଚାହୁଁଥିଲେ ବୋଲି କହିଛନ୍ତି। ହିମାଂଶୁଙ୍କ ବାପା କମଳ ପାଣ୍ଡେ ଏକ ଘରୋଇ କମ୍ପାନୀରେ ଡ୍ରାଇଭର ଥିବାବେଳେ ମାଆ ଦୀପିକା ଜଣେ ଗୃହିଣୀ। ଦ୍ୱାରାହାଟ ଇଞ୍ଜିନୟରିଂ କଲେଜରୁ ହିମାଂଶରୁ ବି.ଟେକ୍‌ କରିଛନ୍ତି। ୨୦୧୭ରୁ ସେ ସିଡିଏସ୍‌ ପାଇଁ ପ୍ରସ୍ତୁତି ଚଳାଇ ତୃତୀୟ ଉଦ୍ୟମରେ ସଫଳ ହୋଇଛନ୍ତି।

Share