Categories: ଜାତୀୟ

ହିମନ୍ତ-ସାଙ୍ଗମାଙ୍କ ନିଷ୍ପତ୍ତି, ତୁଟିବ ଆସାମ-ମେଘାଳୟ ସୀମା ବିବାଦ…

ଗୁଆହାଟୀ/ଶିଲଂ, ୨୨।୮ : ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ଏବଂ ମେଘାଳୟର ମୁଖ୍ୟମନ୍ତ୍ରୀ କନରାଡ କେ ସାଙ୍ଗମା ୬ ଅଞ୍ଚଳରେ ଆନ୍ତଃରାଜ୍ୟ ସୀମା ବିବାଦର ସମାଧାନ ପାଇଁ କାର୍ଯ୍ୟ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅନ୍ୟ ୬ଟି ସମାନ ଅଞ୍ଚଳରେ ସମସ୍ୟାର ସମାଧାନ ପାଇଁ ଚଳିତ ବର୍ଷ ଉତ୍ତର-ପୂର୍ବର ଦୁଇ ପଡୋଶୀ ରାଜ୍ୟ ମଧ୍ୟରେ ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା।

ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ କହିଛନ୍ତି, ଅବଶିଷ୍ଟ ୬ଟି ବିବାଦୀୟ ଅଞ୍ଚଳର ସମସ୍ୟାର ସମାଧାନ ପାଇଁ ଆମେ କାର୍ଯ୍ୟ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛୁ। ଏହି ଅଞ୍ଚଳଗୁଡିକ ମେଘାଳୟ ପାର୍ଶ୍ୱରୁ ତିନୋଟି ଜିଲାରେ ଅବସ୍ଥିତ। ଏହି ପ୍ରସଙ୍ଗରେ ଆଗକୁ ବଢ଼ିବାକୁ କ୍ୟାବିନେଟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଭୟ ରାଜ୍ୟ ତିନୋଟି ଆଞ୍ଚଳିକ କମିଟି ଗଠନ କରିବେ।

୧୫ ଦିନ ମଧ୍ୟରେ କମିଟିଗୁଡ଼ିକୁ ଏନେଇ ଅବଗତ କରାଯିବ। ଏହା ପରେ କମିଟିଗୁଡିକ ତୁରନ୍ତ ଅଞ୍ଚଳ ପରିଦର୍ଶନ କରିବା ଆରମ୍ଭ କରିବେ। ସୂଚନାଯୋଗ୍ୟ, ଚଳିତ ବର୍ଷ ମାର୍ଚ୍ଚ ୨୯ ରେ ୧୨ ଟି ବିବାଦୀୟ ଅଞ୍ଚଳ ମଧ୍ୟରୁ ୫ଟି ଅଞ୍ଚଳରେ ପାଞ୍ଚ ଦଶନ୍ଧି ପୁରୁଣା ସୀମା ବିବାଦକୁ ସମାପ୍ତ କରିବାକୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ଉଭୟ ରାଜ୍ୟ ଏକ ବୁଝାମଣାପତ୍ର ସ୍ବାକ୍ଷର କରିଥିଲେ।

Share