Categories: ଜାତୀୟ

ମଣିପୁର ହିଂସାକୁ ନେଇ କଂଗ୍ରେସକୁ ଟାର୍ଗେଟ କଲେ ହିମନ୍ତ

ନୂଆଦିଲ୍ଲୀ,୧୩।୮: ୱାୟାନାଡ ଏମପି ରାହୁଲ ଗାନ୍ଧୀଙ୍କ ବକ୍ତବ୍ୟରେ ‘ଦେଶର ସେନା ଗୋଟିଏ ଦିନରେ ମଣିପୁରରେ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିପାରିବ’ ବୋଲି କଂଗ୍ରେସ ଓ ଭାଜପା ମଧ୍ୟରେ ବିବାଦ ଲାଗି ରହିଛି। ଏବେ ଏହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା।
ସୂଚନାଯୋଗ୍ୟ, ଅଗଷ୍ଟ ୯ରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନାରେ ଭାଗ ନେଇଥିବା ରାହୁଲ ଗାନ୍ଧୀ ଲୋକ ସଭାରେ କହିଛନ୍ତି ଯେ ଭାରତୀୟ ସେନା ମଣିପୁରର ପରିସ୍ଥିତିକୁ ଗୋଟିଏ ଦିନରେ ନିୟନ୍ତ୍ରଣକୁ ଆଣିପାରିବ। ଏହି ବୟାନ ସମ୍ପର୍କରେ ଭାଜପା ନେତାମାନେ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଥିଲେ। ହିମନ୍ତ ବିଶ୍ୱ ସରମା ଗଣମାଧ୍ୟମକୁ କହିଛନ୍ତି ଯେ ସେନା କୌଣସି ସମସ୍ୟାର ସମାଧାନ କରିପାରିବ ନାହିଁ, ଏହା କେବଳ ସାମୟିକ ଭାବରେ କିଛି ପରିସ୍ଥିତିରେ ଶାନ୍ତି ଆଣିପାରେ, କିନ୍ତୁ ସମାଧାନ ଗୁଳିରୁ ନୁହେଁ, ହୃଦୟରୁ ଆସିବାକୁ ପଡିବ।
ଏହା ପରେ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (ଯେତେବେଳେ ସେ ପ୍ରଧାନମନ୍ତ୍ରୀ ନଥିଲେ) ଙ୍କ ପୁରୁଣା ଟୁଇଟ ସେୟାର କରି ପ୍ରଧାନମନ୍ତ୍ରୀ ଏବଂ ସରମାଙ୍କୁ ଟାର୍ଗେଟ କରିଥିଲେ। ଏହାର ପ୍ରତକ୍ରିୟାରେ ଆସାମର ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ ରାଜ ପରିବାର ସାଧାରଣ ନାଗରିକଙ୍କ ବିରୋଧରେ ସେନା ବ୍ୟବହାର କରିବା ଏବଂ ସେମାନଙ୍କ ଉପରକୁ ଗୁଳି ଚଳାଇବାର ଇତିହାସ ରହିଛି।

Share