Categories: ଜାତୀୟ

ମଣିପୁରରେ କେହି ପ୍ରଧାନମନ୍ତ୍ରୀ ମୋଦି, ଶାହଙ୍କୁ ଦୋଷୀ ବୋଲି କହୁନାହାନ୍ତି: ହିମନ୍ତ ବିଶ୍ୱ ଶର୍ମା

ଗୁଆହାଟୀ,୧୧।୮: ଗତ ଚାରି ମାସ ଧରି ମଣିପୁରରେ ହିଂସା ଚାଲିଛି। ଏହି ସମୟରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏକ ସାକ୍ଷାତକାରରେ କହିଛନ୍ତି ଯେ ହିଂସା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିମ୍ବା କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ କେହି ଦୋଷୀ ସାବ୍ୟସ୍ତ କରୁନାହାନ୍ତି।

ସେ କହିଛନ୍ତି, ମଣିପୁରରେ ଅଶାନ୍ତି ଦେଖାଦେଇଛି, ପ୍ରଧାନମନ୍ତ୍ରୀ କିମ୍ବା ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ କେହି ସମାଲୋଚନା କରୁନାହାଁନ୍ତି। ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି, କେନ୍ଦ୍ର ସରକାରଙ୍କ ଯୋଗୁ ଏହା ଘଟୁଛି ବୋଲି କେହି କହୁନାହାଁନ୍ତି। ପୂର୍ବରୁ ଯଦି କିଛି ହୋଇଥାନ୍ତା ତେବେ ଦୋଷ ଦିଲ୍ଲୀ ଉପରେ ଆସିଥାନ୍ତା। ବର୍ତ୍ତମାନ ଲୋକମାନେ ଜାଣନ୍ତି ଯେ, ଏହା ଆମର ସଂଗ୍ରାମ, ଏହାର ଦିଲ୍ଲୀ ସହିତ କୌଣସି ସମ୍ପର୍କ ନାହିଁ।

Share