Posted inଜାତୀୟ

ଆସାମର ନୂଆ ମନ୍ତ୍ରୀ ହେବେ ହିମନ୍ତ ବିଶ୍ୱ

ଗୁଆହାଟି,୯।୫: ଆସାମର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ହିମନ୍ତ ବିଶ୍ବ ଶର୍ମାଙ୍କ ନାମ ରବିବାର ଘୋଷଣା କରାଯାଇଛି। ଶନିବାରଠାରୁ ଭାଜପାର ଏକ ବୈଠକ ପରେ ଆଜି ହିମନ୍ତ ବିଶ୍ବଙ୍କ ନାମ ଶେଷରେ ମୋହର ବାଜିଛି। ଆସାମ ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନୋୱାଲ ରାଜ୍ୟପାଳ ଜଗଦୀଶ ମୁଖୀଙ୍କ ନିକଟରେ ତାଙ୍କ ଇସ୍ତଫା ପତ୍ର ଦାଖଲ କରିଛନ୍ତି। ବିଧାନସଭା ପାର୍ଟିର ବୈଠକ ପରେ ଆସାମର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି ଯେ, ଆସନ୍ତାକାଲି ଅର୍ଥାତ୍‌ ମେ ୧୦ରେ ହିମନ୍ତ ବିଶ୍ବ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଏଥି ସହିତ ହିମନ୍ତ ବିଶ୍ବ କହିଛନ୍ତି ଯେ ବିଧାନସଭା ଦଳର ନେତା ଭାବରେ ନିର୍ବାଚିତ ହେବା ପରେ ସେ ସୋମବାର ମଧ୍ୟାହ୍ନ ୧୨ଟାରେ କ୍ୟାବିନେଟ ସହ ଶପଥ ଗ୍ରହଣ କରିବେ।

ନରେନ୍ଦ୍ର ସିଂ ତୋମାର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି ଯେ, ଏବେକାର ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନୋୱାଲ ହିମନ୍ତ ବିଶ୍ବ ଏବଂ ଭାଜପା ରାଜ୍ୟ ସଭାପତି ରଞ୍ଜିତ କୁମାର ଦାସଙ୍କ ନାମ ପ୍ରସ୍ତାବ ଦେଇଥିଲେ। ସର୍ବସମ୍ମତି କ୍ରମେ ହିମନ୍ତ ବିଶ୍ବ ବିଧାନସଭା ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି। ତୋମାର କହିଛନ୍ତି ଯେ ଖୁବ ଶୀଘ୍ର ଭାଜପା ଏହାର ମିଳିତ ସହଯୋଗୀ ଆସାମ ଗଣ ପରିଷଦ (ଏଜିପି) ଏବଂ ୟୁନାଇଟେଡ ପିପୁଲ୍ସ ପାର୍ଟି ଲିବରାଲ୍ସ (ୟୁପିପିଏଲ) ସହିତ ଏକ ବୈଠକ କରିବ। ୧୨୬ ସଦସ୍ୟ ବିଶିଷ୍ଟ ଆସାମ ବିଧାନସଭାରେ ଭାଜପା ୬୦ଟି ସିଟ ଜିତିଥିବାବେଳେ ଏହାର ମିଳିତ ସହଯୋଗୀ ଆସାମ ଗଣ ପରିଷଦ ୯ଟି ଏବଂ ୟୁନାଇଟେଡ ପିପୁଲ୍ସ ପାର୍ଟି ଲିବରାଲ ୬ଟି ସିଟ ଜିତିଛି। ନିର୍ବାଚନ ପୂର୍ବରୁ ଭାଜପା ଏହାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Delimitation: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଲେ ଷ୍ଟାଲିନ, ଦିଲ୍ଲୀରେ ପଡିଲା ଚହଳ!

ନୂଆଦିଲ୍ଲୀ,୭।୩: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଶୁକ୍ରବାର ୭ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସୀମା ର୍ନିଦ୍ଧାରଣ ପ୍ରସଙ୍ଗରେ ଏକ ବୈଠକ ଡାକିଛନ୍ତି। ଷ୍ଟାଲିନ ଯେଉଁ...

ପଳାତକ ଲଳିତ ମୋଦିଙ୍କୁ ମିଳିଲା ଭାନୁଆଟୁର ନାଗରିକତା

ନୂଆଦିଲ୍ଲୀ,୭।୩: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ପୂର୍ବତନ ଅଧ୍ୟକ୍ଷ ଲଳିତ ମୋଦି ତାଙ୍କର ଭାରତୀୟ ନାଗରିକତା ପରିତ୍ୟାଗ କରି ଭାନୁଆଟୁ ନାଗରିକତା ହାସଲ କରିଛନ୍ତି। ଭାନୁଆଟୁ...

୨ଦିନ ଘଡଘଡି ସହ ପ୍ରବଳ ବର୍ଷା, ପ୍ରବଳ ପବନ…IMD କଲା ଆଲର୍ଟ

ନୂଆଦିଲ୍ଲୀ,୭।୩: ପ୍ରବଳ ବେଗରେ ମାଡିଆସୁଛି ବର୍ଷାପବନ। ୨ଦିନ ଯାଏ ହେବ ଘଡିଘଡି ସହ ପ୍ରବଳ ବର୍ଷା। ଏନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ରାଜଧାନୀ...

ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିଲେ ପିସିସି ସଭାପତି, ଓଡ଼ିଶାକୁ ନେଇ…

ନୂଆଦିଲ୍ଲୀ/ ଭୁବନେଶ୍ୱର,୭।୩: କଂଗ୍ରେସ ମହା ସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ଶୁକ୍ରବାର ଶନୂଆଦିଲ୍ଲୀ ସ୍ଥିତ ଇନ୍ଦିରା ଭବନରେ ପିସିସି ସଭାପତି ଭକ୍ତ ଚରଣ ଦାସ ସାକ୍ଷାତ କରିଛିନ୍ତି।...

ଦେଶରେ ୫୦% ମହିଳାଙ୍କ ମାନସିକ ସ୍ବାସ୍ଥ୍ୟ ଖରାପ, କାରଣ ଜାଣିଲେ ତାଜୁବ ହେବେ

ନୂଆଦିଲ୍ଲୀ,୭।୩: ଆଜିର ସମୟରେ, ଦୁର୍ବଳ ମାନସିକ ସ୍ବାସ୍ଥ୍ୟ ଏକ ବଡ଼ ସମସ୍ୟା ହୋଇଗଲାଣି। ମହିଳାମାନେ ମଧ୍ୟ ଏହାର ଶିକାର ହେଉଛନ୍ତି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ...

କେଜରିଓ୍ବାଲଙ୍କୁ ମିଳିବ Z ବର୍ଗର ସୁରକ୍ଷା

ନୂଆଦିଲ୍ଲୀ,୭।୩: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଆମ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜରିୱାଲଙ୍କୁ Z ବର୍ଗର ସୁରକ୍ଷା ଜାରି ରହିବ । ସୁରକ୍ଷା ସମୀକ୍ଷା...

‘ଗଣିତ ଇସଲାମ ମାଧ୍ୟମରେ ଦୁନିଆକୁ ଆସିଛି’ ପୁଣି ଏମିତି କିଛି କହି ବିବାଦରେ ଶମା ମହମ୍ମଦ, ଭାଜପା କଲା କଟାକ୍ଷ

ନୂଆଦିଲ୍ଲୀ,୭।୩: ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ବିଷୟରେ ବିବାଦୀୟ ବୟାନ ଦେଇଥିବା କଂଗ୍ରେସ ମୁଖପାତ୍ର ଶମା ମହମ୍ମଦ ପୁଣି ଥରେ ଖବରର ଶିରୋନାମାରେ। ଏଥର...

Women’s Day 2025: ଲୋକ ସଭାରେ କେଉଁ ରାଜ୍ୟ ଏବଂ ଦଳରୁ ସର୍ବାଧିକ ମହିଳା ଏମପି ଅଛନ୍ତି, ଜାଣନ୍ତୁ ଓଡ଼ିଶାରୁ କେତେ…

ସାରା ବିଶ୍ୱରେ ୮ ମାର୍ଚ୍ଚକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବରେ ପାଳନ କରାଯାଏ। ଏହି ବାହାନାରେ, ଭାରତ ସମେତ ସାରା ବିଶ୍ୱରେ ମହିଳାଙ୍କ ଭୂମିକା, ସେମାନଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image