Posted inଜାତୀୟ

ହିମନ୍ତ ଆସାମ ମୁଖ୍ୟମନ୍ତ୍ରୀ

ଗୁଆହାଟୀ, ୧୦।୫: ଭାଜପା ନେତା ହିମନ୍ତ ବିଶ୍ୱ ଶର୍ମା ଆସାମ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ରବିବାର ଗୁଆହାଟୀରେ ଅନୁଷ୍ଠିତ ଭାଜପା ବିଧାୟକ ଦଳ ବୈଠକରେ ତାଙ୍କୁ ନେତା ନିର୍ବାଚନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ସବୁଜ ସଙ୍କେତ ମିଳିବା ପରେ ବିଦାୟୀ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ ବୈଠକରେ ହିମନ୍ତଙ୍କ ନାମ ପ୍ରସ୍ତାବ ରଖିଥିଲେ ଓ ବିଧାୟକମାନେ ଏହାକୁ ସମର୍ଥନ ଜଣାଇଥିଲେ। ସୋମବାର ମଧ୍ୟାହ୍ନରେ ନୂଆ କ୍ୟାବିନେଟ ଶପଥ ନେବ ବୋଲି ହିମନ୍ତ କହିଛନ୍ତି।
ଆସାମରେ ଭାଜପା କ୍ରମାଗତ ଦ୍ୱିତୀୟ ଥର ପାଇଁ ସରକାର ଗଢ଼ିବାକୁ ଯାଉଛି। ନିକଟରେ ଶେଷ ହୋଇଥିବା ୧୨୬ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନରେ ଭାଜପା ୬୦ ଆସନ ଜିତିଥିବାବେଳେ ସହଯୋଗୀ ଦଳ ଏଜିପିକୁ ୯ ଓ ୟୁପିପିଏଲ୍‌କୁ ୬ ଆସନ ମିଳିଥିଲା। ୨୦୧୬ ନିର୍ବାଚନରେ ଭାଜପା ସୋନୋଓ୍ବାଲଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରି ବିଜୟୀ ହୋଇଥିଲା। ଏଥର ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଦଳ କହିଥିଲା। ଶନିବାର ଉଭୟ ସୋନୋଓ୍ବାଲ ଓ ହିମନ୍ତ ନୂଆଦିଲ୍ଲୀରେ ଭାଜପା କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟିଥିଲେ। ଆସାମରେ ସରକାର ଗଠନ ନେଇ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ବାସଭବନରେ ଦୀର୍ଘସମୟ ବୈଠକ ବସିଥିଲା। ରବିବାର ଗୁଆହାଟୀରେ ବିଧାୟକ ଦଳ ବୈଠକରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ସ୍ଥିର ହେବା ପରେ ଉଭୟ ନେତା ଆସାମ ଫେରିଥିଲେ। ହିମନ୍ତ ବିଧାୟକ ଦଳ ନେତା ନିର୍ବାଚିତ ହୋଇଥିବାରୁ ପରବର୍ତ୍ତୀ ସରକାର ଗଠନ ଲାଗି ତାଙ୍କୁ ରାଜ୍ୟପାଳ ଖୁବ୍‌ଶୀଘ୍ର ଆମନ୍ତ୍ରଣ କରିବେ ବୋଲି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ତଥା କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି।
୬ ବର୍ଷ ପୂର୍ବେ ହିମନ୍ତ କଂଗ୍ରେସ ଦଳ ତ୍ୟାଗକରି ଭାଜପାରେ ଯୋଗଦେଇଥିଲେ। ଆସାମକୁ ଭାଜପା ନିୟନ୍ତ୍ରଣକୁ ଆଣିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସୋନୋଓ୍ବାଲ ସରକାରରେ ସେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦାୟିତ୍ୱରେ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଏକନାଥ ଶିନ୍ଦେ

ମୁମ୍ବାଇ,୨୬।୧୧: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ମହାୟୁତି ଗଠବନ୍ଧନରେ ବିବାଦ ଲାଗି ରହିଛି। ଏହି ସମୟରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ପଦରୁ ଏକନାଥ ଶିନ୍ଦେ ଇସ୍ତଫା ଦେଇଛନ୍ତି।...

ହେମନ୍ତ ସୋରେନଙ୍କୁ ଲାଗିଲା ବଡ଼ ଝଟ୍‌କା

ରାଞ୍ଚି,୨୬।୧୧: ଇଡି ସମନକୁ ଅବମାନନା କରିବା ମାମଲାରେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ରାଞ୍ଚିର ଏମପି-ଏମଏଲଏ ସ୍ବତନ୍ତ୍ର କୋର୍ଟଙ୍କଠାରୁ ଏକ ଝଟ୍‌କା ପାଇଛନ୍ତି। ଏହି ମାମଲାରେ...

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବେ ଦେବେନ୍ଦ୍ର ଫଡନ୍‌ଭିସ୍‌! ଜାଣନ୍ତୁ କ’ଣ ରହିଛି ସମୀକରଣ

ମୁମ୍ବାଇ,୨୬।୧୧: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ମହାୟୁତି ଗଠବନ୍ଧନରେ ବିବାଦ ଲାଗି ରହିଛି। ତେବେ ବିଧାନସଭା ନିର୍ବାଚନର ଫଳାଫଳରୁ ଏହା ସ୍ପଷ୍ଟ ଜଣାପଡୁଛି, ଭାଜପା ଦଳୀୟ...

କେବେ ଘୋଷଣା ହେବ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ? ଖୁଲାସା କଲେ ଶିନ୍ଦେ ଦଳର ନେତା

ମୁମ୍ବାଇ,୨୬।୧୧: ମହାରାଷ୍ଟ୍ରରେ ମହାୟୁତି ଗଠବନ୍ଧନର ବଡ଼ ବିଜୟ ପରେ ନୂତନ ସରକାର ଗଠନ ପ୍ରକ୍ରିୟା ଧୀରେ ଧୀରେ ଆଗକୁ ବଢୁଛି। ଏହି ସମୟରେ ବିଧାୟକ ତଥା...

ଆତଙ୍କବାଦ ମାନବ ସଭ୍ୟତା ପାଇଁ କଳଙ୍କ…, ୨୬/୧୧ ଆକ୍ରମଣକୁ ନେଇ ବର୍ଷିଲେ ଶାହା

ନୂଆଦିଲ୍ଲୀ,୨୬।୧୧: ଗୋଟିଏ ପଟେ, ନଭେମ୍ବର ୨୬କୁ ସମ୍ବିଧାନ ଦିବସ ଭାବରେ ସ୍ମରଣ କରାଯାଉଥିବାବେଳେ ଅନ୍ୟ ପଟେ ଏହି ତାରିଖ ସହିତ ଜଡିତ ଏକ ଅନ୍ଧକାର ଦିନ...

RBI ଗଭର୍ନର ଶଶିକାନ୍ତ ଦାସ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଚେନ୍ନାଇ,୨୬।୧୧: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଭଗର୍ନର ଶଶିକାନ୍ତ ଦାସ ଅସୁସ୍ଥ ଥିବା ଖବର ମିଳିଛି। ତାଙ୍କୁ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏସିଡିଟି...

ଆଦାନୀ ଗ୍ରୁପ୍‌ର ୧୦୦ କୋଟିକୁ ଅଗ୍ରାହ୍ୟ କଲେ ତେଲଙ୍ଗାନା ସରକାର

ହାଇଦ୍ରାବାଦ,୨୬ା୧୧: ତେଲଙ୍ଗାନାରେ ଯୁବବର୍ଗଙ୍କ ମଧ୍ୟରେ ଔଦ୍ୟୋଗିକ ଦକ୍ଷତା ବଢ଼ାଇବା ଲକ୍ଷ୍ୟରେ ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନୀସମୂହ ଆଦାନୀ ଗ୍ରୁପ ଦକ୍ଷତା ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ୧୦୦ କୋଟି...

କେରଳରେ ବଢ଼ୁଛି ଶିଶୁ ଯୌନ ଶୋଷଣ ମାମଲା

କୋଚି, ୨୬।୧୧: ଦେଶରେ ଦେଖାଦେଉଥିବା ଶିଶୁ ଯୌନ ଶୋଷଣ ମାମଲା ମଧ୍ୟରୁ ସର୍ବାଧିକ ମାମଲା କେରଳରୁ ସାମ୍‌ନାକୁ ଆସିଛି। କେରଳ ଷ୍ଟେଟ୍‌ କମିଶନ ଫର୍‌ ପ୍ରୋଟେକ୍ସନ ଅଫ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri