ରାନୁ ମଣ୍ଡଳଙ୍କୁ ମୁମ୍ବାଇରେ ଫ୍ଲାଟ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ହିମେଶ

ମୁମ୍ବାଇ: ୨୦୧୯ ଅଗଷ୍ଟରେ ପଶ୍ଚିମବଙ୍ଗର ରାଣାଘାଟ ରେଳ ଷ୍ଟେଶନରେ ‘ଏକ୍‌ ପ୍ୟାର୍‌ କା ନଗ୍‌ମା ହୈ’ର ଗୀତ ଗାଇ ସୋସିଆଲ ମିଡିଆରେ ରାତାରାତି ଚର୍ଚ୍ଚାକୁ ଆସିଥିଲେ ରାନୁ ମଣ୍ଡଳ।

ରାନୁଙ୍କ ଗୀତ ସୋସିଆଲ ମିଡିଆରେ ସେତେବେଳେ ଭାଇରାଲ ହେବା ପରେ ବଲିଉଡ କମ୍ପୋଜର, ଗାୟକ ତଥା ଅଭିନେତା ହିମେଶ ରେଶମିୟା ରାନୁଙ୍କୁ ତାଙ୍କ ଗୀତରେ କଣ୍ଠଦାନ କରିବାର ସୁଯୋଗ ଦେଇଥିଲେ।

ଏକ ସାକ୍ଷାତକାରରେ ରାନୁ ଏବେ କହିଛନ୍ତି, ହିମେଶ ତାଙ୍କୁ ମୁମ୍ବାଇରେ ଏକ ଫ୍ଲାଟ୍‌ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ସେ ଏହା ପଛର କାରଣ ମଧ୍ୟ କହିଛନ୍ତି। ରାନୁ କହିଛନ୍ତି, ହିମେଶ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେତେବେଳେ ତାଙ୍କୁ ମୁମ୍ବାଇ ଗୀତ ଗାଇବାକୁ ଡାକିବେ ସେଠାରେ ତାଙ୍କୁ ୨/୩ ଦିନ ରହିବାକୁ ପଡ଼ିବ। ତେଣୁ ଏକ ଫ୍ଲାଟ୍‌ ଯୋଗାଇ ଦେବେ। ଯେବେ ରାନୁ ମୁମ୍ବାଇ ଯିବେ ସେଠାରେ ହିଁ ରହିବେ ଏବଂ ତାଙ୍କର ଗୀତ ରେକର୍ଡିଂ କରାଯିବ। ରାନୁ କହିଛନ୍ତି, କାରଣ ସେତେବେଳେ ମୋତେ ବାରମ୍ବାର ମୁମ୍ବାଇ ଯିବାକୁ ପଡୁଥିଲା, ତେଣୁ ହିମେଶଜୀ ମୋତେ ଏହି ପ୍ରତିଶ୍ରୁତି ଦେଇଥିଲେ। ତେବେ ହିମେଶ ରାନୁଙ୍କୁ କେବେ ଫ୍ଲାଟ୍‌ ଯୋଗାଇ ଦେଉଛନ୍ତି ତାହା ଦେଖିବାକୁ ବାକି ରହିଲା।

Share