ଭୁବନେଶ୍ୱର,୨୦ା୩(ବ୍ୟୁରୋ): ଅଢ଼େଇ କୋଟି ଟଙ୍କା ଠକେଇ ଅଭିଯୋଗରେ ହିମାଂଶୁ ଭଣ୍ଡାରୀ ନାମକ ଜଣେ ବ୍ୟକ୍ତିଙ୍କୁ ନୋଏଡାରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ।
ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ରାହତକୋଷ ଯୋଜନାରେ ଟଙ୍କା ଦେବାକୁ କହି ଲୋକଙ୍କୁ ଠକି ଚାଲିଥିଲେ ହିମାଂଶୁ। ୨ କୋଟି ୩୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। କେନ୍ଦ୍ର ସରକାରଙ୍କ ଏକ ବୀମା ପଲିସିରେ ୩ କୋଟି ଟଙ୍କା ଦେବାକୁ କହି ଯୋଡ଼ାର ବ୍ୟବସାୟୀ ପ୍ରମୋଦ ରାଉତଙ୍କଠାରୁ ୨ କୋଟି ୩୫ ଲକ୍ଷ ଟଙ୍କା ଠକି ନେଇଥିଲେ। ନିଜକୁ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ଅଧିକାରୀ ବୋଲି ପରିଚୟ ଦେଇ ପ୍ରମୋଦଙ୍କୁ ଫୋନ୍ କରି ପରେ ଟଙ୍କା ଠକି ନେଇଥିଲେ। ଏନେଇ ୨୦୧୯ରେ ଥାନାରେ ଅଭିଯୋଗ କରିଥିଲେ ପ୍ରମୋଦ। ପ୍ରମୋଦଙ୍କ ଅଭିଯୋଗକୁ ଆଧାର କରି ଅଭିଯୁକ୍ତ ହିମାଂଶୁଙ୍କୁ ଗିରଫ କରାଯାଇଛି।