କେମୋ ଥେରାପି ମଝିରେ ବି ଜିମ ଯାଉଛନ୍ତି ହିନା, ଭିଡିଓ ଶେୟାର କରି ଲେଖିଲେ…

ମୁମ୍ବାଇ,୯।୮: ଅଭିନେତ୍ରୀ ହିନା ଖାନ ସ୍ତନ କର୍କଟ ସହିତ ଲଢୁଛନ୍ତି। ସେ କେମୋଥେରାପି ମାଧ୍ୟମରେ ଚିକିତ୍ସିତ ହେଉଛନ୍ତି ଏବଂ ଏହି ସମୟ ମଧ୍ୟରେ ସେ ମଧ୍ୟ ଲଣ୍ଡା ହୋଇଯାଇନ୍ତି। ଏହି ସବୁ ଅସୁବିଧା ସତ୍ତ୍ୱେ ହିନା ଖାନ କାମ ବନ୍ଦ କରି ନାହାଁନ୍ତି। ନିକଟରେ ସେ ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି ଯେଉଁଥିରେ ସେ ବର୍ଷାରେ ଏକ ଛତା ଧରି ଜିମରେ ପହଞ୍ଚିଛନ୍ତି।
ଭିଡିଓରେ ହିନା ଖାନ ଗୋଲାପୀ ଏବଂ କଳା ରଙ୍ଗର ପୋଷାକରେ ଜିମକୁ ଯାଉଥିବା ଦେଖିବାକୁ ମିଳିଛ। ଏହି ସମୟରେ ସେ ବହୁତ ହସୁଥିବା ଓ ଖୁସିଥିବା ଦେଖାଯାଉଛନ୍ତି। ଏହି ଭିଡିଓ ଶେୟାର କରିବାବେଳେ ହିନା ଖାନ ଲେଖିଛନ୍ତି- ‘ତୁମର ବାହାନା କ’ଣ? ଏକ ସୁସ୍ଥ ଜୀବନଶୈଳୀ ବଜାୟ ରଖିବା ପାଇଁ ବ୍ୟାୟାମ କିମ୍ବା କୌଣସି ପ୍ରକାର ଶାରୀରିକ କାର୍ଯ୍ୟକଳାପ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଯେତେବେଳେ କେହି ଅସୁସ୍ଥତା ଦେଇ ଗତି କରନ୍ତି, ଏହା ଆହୁରି ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରଭାବଶାଳୀ ଅଟେ । ଅଭିନେତ୍ରୀ ଆହୁରି ଲେଖିଛନ୍ତି- ‘ନିୟମିତ ବ୍ୟାୟାମ କରିବା ଆପଣଙ୍କୁ କେବଳ ଶାରୀରିକ ଦୃଢ ଅନୁଭବ କରିବାରେ ସାହାଯ୍ୟ କରେ ନାହିଁ ବରଂ ଏହା ଆମର ମାନସିକ ସ୍ବାସ୍ଥ୍ୟକୁ ମଧ୍ୟ ପ୍ରୋତ୍ସାହିତ କରେ, ଏବଂ ଏକ ସୁସ୍ଥ ମନ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମୋର କେମୋଥେରାପି ସମୟରେ, ମୁଁ ପ୍ରବଳ ନ୍ୟୁରୋପାଥିକ ଯନ୍ତ୍ରଣା ଭୋଗୁଛି, ଯାହା ମୋ ପାଦ ଏବଂ ଗୋଡକୁ ଅଧିକାଂଶ ସମୟ ଅସ୍ଥିର କରିଦିଏ।
ହିନା ଖାନ ପୋଷ୍ଟରେ ଲେଖିଛନ୍ତି- ‘ବେଳେବେଳେ ଓ୍ବାର୍କଆଉଟ କରିବାବେଳେ ମୁଁ ମୋର ଗୋଡ ଉପରେ ନିୟନ୍ତ୍ରଣ ହରାଇଥାଏ ଏବଂ ଅସ୍ଥିର ହୋଇଯାଏ। କିନ୍ତୁ ମୁଁ କେବଳ ଫେରି ଆସିବା ଉପରେ ଧ୍ୟାନ ଦେଉଛି । ଡାଉନ ଫଲକୁ ମୁଁ କେବେ ଡିଫାଇନ କରିବାକୁ ଦେବି ନାହିଁ । ମୁଁ ପ୍ରତ୍ୟେକ ଥର ଉଠିବା ସମୟରେ ଦେଖାଉଥିବା ଶକ୍ତି ଦ୍ୱାରା ମୋତେ ପରିଭାଷିତ କରାଯିବ। ପ୍ରତ୍ୟେକ ଥର ଯେତେବେଳେ ମୁଁ ଅନୁଭବ କରେ ଯେ ମୁଁ ଉଠି କାମକୁ ଯାଇ ପାରିବି ନାହିଁ, ମୁଁ ଅଧିକ ଜୋର ଲଗାଇ ଦିଏ। କାରଣ ମୋର ଶକ୍ତି, ମୋର ଉତ୍ସାହ ଏବଂ ମୋର ଇଚ୍ଛା ଶକ୍ତି ବ୍ୟତୀତ ଆଉ କ’ଣ ଅଛି। ତେବେ ତୁମର ବାହାନା କ’ଣ। ଦୟାକରି ପ୍ରାର୍ଥନା କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଶାହାଙ୍କ ଉପରେ ପୁରସ୍କାର ଘୋଷଣା କଲେ ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁ, ସିଆର୍‌ପିଏଫ୍‌ ସ୍କୁଲ ବନ୍ଦ ପାଇଁ ଆହ୍ବାନ

ନୂଆଦିଲ୍ଲୀ,୨୫ା୧୦ : ଖଲିସ୍ତାନୀ ଆତଙ୍କବାଦୀ ତଥା ‘ଶିଖ୍‌ସ ଫର୍‌ ଜଷ୍ଟିସ୍‌’ (ଏସ୍‌ଏଫ୍‌ଜେ) ମୁଖ୍ୟ ଗୁର୍‌ପତଓ୍ବନ୍ତ ସିଂ ପନ୍ନୁ ପୁଣିଥରେ ଭାରତକୁ ଧମକ ଦେଇଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ...

ଛାଡପତ୍ର ଗୁଜବ ଭିତରେ ଭୂକମ୍ପ ସୃଷ୍ଟି କଲା ଅଭିଷେକଙ୍କ ପୋଷ୍ଟ! କହିଲେ ଆଇ ୱାଣ୍ଟ ଟୁ ଟକ୍‌…

ମୁମ୍ବାଇ: ବଚ୍ଚନ ପରିବାର କିଛିଦିନ ହେବ ଛାଡପତ୍ର ଗୁଜବ କାରଣକୁ ଚର୍ଚ୍ଚାରେ ରହି ଆସିଛନ୍ତି। ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ସହ ମତାନ୍ତର ଠାରୁ ଆରମ୍ଭ କରି...

ଆସିଲା ଡେଡ୍‌ଲାଇନ୍‌…ଦୀପାବଳି ପୂର୍ବରୁ ଡେମଚୋକ୍‌, ଡେପ୍‌ସାଙ୍ଗରୁ ହଟିବେ ଭାରତ-ଚାଇନା ସେନା

ନୂଆଦିଲ୍ଲୀ,୨୫ା୧୦: ପୂର୍ବ ଲଦାଖର ୨ ଫ୍ରିକ୍ସନ ପଏଣ୍ଟ ଡେମ୍‌ଚୋକ୍‌ ଏବଂ ଡେପ୍‌ସାଙ୍ଗରେ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଲାଗି ରହିଥିବା ବିବାଦରେ ପଡ଼ିବ ପୂର୍ଣ୍ଣଚ୍ଛେଦ।...

ଜ୍ଞାନବାପି ମାମଲାରେ ହିନ୍ଦୁ ପକ୍ଷଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୫।୧୦: ଜ୍ଞାନବାପି ମାମଲାରେ ହିନ୍ଦୁ ପକ୍ଷଙ୍କୁ ବଡ଼ ଝଟ୍‌କା ଲାଗିଛି। ବାରାଣସୀ କୋର୍ଟ ହିନ୍ଦୁ ପକ୍ଷଙ୍କ ଆବେଦନକୁ ଖାରଜ କରିଛନ୍ତି। ତେବେ ଜ୍ଞାନବାପିର ଏଏସ୍‌ଆଇ ସର୍ଭେ...

ଭଉଣୀଙ୍କ ନଣନ୍ଦଙ୍କୁ ଭଲ ପାଇ ବସିଥିଲେ ପଙ୍କଜ ତ୍ରିପାଠୀ, ବିବାହର ୧୯ ବର୍ଷ ପରେ ବି ଆପଣାଇନାହାନ୍ତି ପରିବାର

ବମ୍ବେ: ସାଧାରଣତଃ ପ୍ରେମ ବିବାହରେ ଉଭୟ ପକ୍ଷଙ୍କ ପରିବାରକୁ ରାଜି କରାଇବା କଷ୍ଟକର ହୋଇଥାଏ। ଅଧିକାଂଶ ସମୟରେ ସହମତି ହୋଇ ନ ପାରିବାରୁ ପ୍ରେମୀଯୁଗଳ ପରିବାର...

କିଏ ନେବେ ରତନ ଟାଟାଙ୍କ ଅତିପ୍ରିୟ ‘ଟିଟୋ’ର ଯତ୍ନ, ସାମ୍ନାକୁ ଆସିଲା ଏହି ନାମ

ମୁମ୍ବାଇ,୨୫।୧୦: ଟାଟା ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ତଥା ସମ୍ମାନିତ ଚେୟାରମ୍ୟାନ ରତନ ଟାଟାଙ୍କ ଅକ୍ଟୋବର ୯ରେ ମୁମ୍ବାଇର ବ୍ରିଜ କ୍ୟାଣ୍ଡି ହସ୍ପିଟାଲରେ ୮୬ ବର୍ଷ ବୟସରେ...

ଝାଡଖଣ୍ଡ ନିର୍ବାଚନ: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବଡ଼ ଦାୟିତ୍ୱ ଦେଲା ଭାଜପା

ଭୁବନେଶ୍ୱର,୨୫।୧୦: ଆଗକୁ ଝାଡଖଣ୍ଡ ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ। ତେବେ ଝାଡଖଣ୍ଡ ନିର୍ବାଚନକୁ ନେଇ ସବୁ ଦଳ ବଳ କଷାକଷି ଆରମ୍ଭ କରିଥିବାବେଳେ ଜାତୀୟ ରାଜନୀତି...

ଅଭିଷେକଙ୍କ ଘର ଛାଡ଼ିବେ ଐଶ୍ୱର୍ଯ୍ୟା! ଝିଅଙ୍କ ସହ…

ବମ୍ବେ: ବଲିଉଡ୍‌ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ସ୍ବାମୀ ତଥା ଅଭିନେତା ଅଭିଷେକ ବଚ୍ଚନଙ୍କଠାରୁ ଅଲଗା ହେବା ଖବର ଗଣମାଧ୍ୟମର ଶିରୋନାମା ପାଲଟିଛି। ଏମିତିରେ ଐଶ୍‌ ଖୁବ୍‌ଶୀଘ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri