ପ୍ରେମିକ ଦେଇନାହାନ୍ତି ଧୋକା, ହୋଇନି ବ୍ରେକ୍‌ଅପ୍‌

ବମ୍ବେ: ପ୍ରେମିକଙ୍କ ସହ ମିଛ ବ୍ରେକ୍‌ଅପ୍‌ ଡ୍ରାମା କରି ଚର୍ଚ୍ଚାରେ ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ହିନା ଖାଁ। ସୋସିଆଲ ମିଡିଆରେ ସେ ଗୋଟିଏ ପୋଷ୍ଟ କରିଥିଲେ। ଏହାପରେ ରକି ଜାୟସଓ୍ବାଲଙ୍କଠାରୁ ସେ ଅଲଗା ହୋଇଥିବା ଅନୁମାନ କରାଯାଉଥିଲା। ହେଲେ ଏସବୁ ହିନା କେବଳ ନିଜର ଆଗାମୀ ପ୍ରୋଜେକ୍ଟ ପ୍ରମୋଶନ ପାଇଁ କରିଥିବା ଜଣାପଡ଼ିଛି।

ହିନା ଏକ ଓ୍ବେବ୍‌ସିରିଜ ‘ଷଡଯନ୍ତ୍ର’ରେ ନଜର ଆସିବେ। ଏହାର ଟିଜର ରିଲିଜ ହୋଇଛି। ସିରିଜରେ ହିନା ମିଛ ଏବଂ ପ୍ରତାରଣାର ଜାଲରେ ଫସିଛନ୍ତି। ଏହି ଷଡଯନ୍ତ୍ର କିଏ ରଚିଛି ତାର ଖୁଲାସା ସିରିଜରେ ହେବ। ତେବେ ଏହି ଟିଜର ରିଲିଜ ପୂର୍ବରୁ ହିନା ଏକ ପ୍ରତାରଣାର ପୋଷ୍ଟ ଲେଖିଥିଲେ। ଯିଏ ତୁମକୁ ଧୋକା ଦେଇଛି ତା ଉପରେ ଅନ୍ଧ ଭାବେ ବିଶ୍ୱାସ କରିଥିବାରୁ ନିଜକୁ କ୍ଷମା କରିବାକୁ ଭୁଲନ୍ତୁ ନାହିଁ। କେବେ କେବେ ଏକ ଭଲ ହୃଦୟ ଖରାପ ଜିନିଷକୁ ଦେଖିପାରେ ନାହିଁ ବୋଲି କହିଥିଲେ। ପୋଷ୍ଟକୁ ନେଇ ପ୍ରଶଂସକ ଦ୍ୱନ୍ଦ୍ୱରେ ପଡ଼ିଥିଲେ। ମାତ୍ର ହିନା ଏହା କେବଳ ପ୍ରମୋଶନ ଲାଗି ଥିବା ସ୍ପଷ୍ଟ କରିଛନ୍ତି। ରକି ଏବଂ ସେ ଏବେ ବି ଏକାଠି ଅଛନ୍ତି।

Share