ଭାଇରାଲ ହେଲା ହିନା ଖାଁଙ୍କ ଗ୍ଲାମରସ ଫଟୋ

ମୁମ୍ବାଇ: ଟେଲିଭିଜନରୁ କ୍ୟାରିୟର ଆରମ୍ଭ କରି ବଲିଉଡ୍‌ରେ ପହଞ୍ଚିଥିବା ହିନା ଖାଁ ସବୁବେଳେ ନିଜର ଜବରଦସ୍ତ ଷ୍ଟାଇଲ ପାଇଁ ଆସିଥାଆନ୍ତି ଚର୍ଚ୍ଚାକୁ । ଅଭିନେତ୍ରୀ ସୋସିଆଲ ମିଡିଆରେ ବି ଖୁବ୍ ଆକ୍ଟିଭ । ଏବେ ସେ ତାଙ୍କର ଲାଟେଷ୍ଟ ଫଟୋ ଓ ଭିଡିଓକୁ ନେଇ ଆସିଛନ୍ତି ଚର୍ଚ୍ଚାକୁ । ସେ ନିକଟରେ ମାଲଦ୍ୱୀପ ଛୁଟି କାଟିବାକୁ ଯାଇଥିଲେ । ସେଠାକାର କିଛି ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ନିକଟରେ ହିନାଙ୍କର କିଛି ଲାଟେଷ୍ଟ ଫଟୋ ଏତେ ଫ୍ରେସ୍ ଲାଗୁଛି ଯେ ତାଙ୍କ ପ୍ରଶଂସକମାନେ ଦିୱାନା ପାଲଟି ଯାଇଛନ୍ତି । ଏବେ ସେ ଶେୟାର କରିଥିବା ଏକ ଫଟୋ ଭାଇରାଲ ହେଉଛି । ଯେଉଁଥିରେ ସେ ପିଙ୍କ ଓ ଅଫ୍ ହ୍ୱାଇଟ କଲରର ଏକ ଲେହେଙ୍ଗା ପିନ୍ଧିଥିବା ଦେଖାଯାଇଛି । ଏହାସହ ଅଭିନେତ୍ରୀଙ୍କ ସିମ୍ପଲ ଲୁକ୍ ଓ ଲେହେଙ୍ଗା ସହ ଚଷମା ପ୍ରଶଂସକଙ୍କୁ ବେଶ୍ ପସନ୍ଦ ଆସିଛି ।

 

Share