ମାଳଦ୍ୱୀପରେ ଚାଦର ଗୁଡେଇ ଫଟୋଶୁଟ୍‌ କଲେ ହିନା ଖାନ: ଫ୍ୟାନମାନେ କହିଲେ ଏମିତି…

ମୁମ୍ବାଇ,୬।୧୨-ବଲିଉଡ ଅଭିନେତ୍ରୀ ହିନା ଖାନ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି। ସେ ଇନ୍‌ଷ୍ଟାଗ୍ରାମରେ ନିଜର ଫଟୋ ଶେୟାର କରି ଚର୍ଚ୍ଚାରେ ମଧ୍ୟ ରହିଥାନ୍ତି। ବର୍ତ୍ତମାନ ହିନା ନିଜର ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ସେ ସମୁଦ୍ର କୂଳରେ ଚାଦର ଗୁଡେଇ ଫଟୋ ଶୁଟ କରୁଥିବା ଦେଖାଯାଇଛି। ହିନା ହାତରେ ଡ୍ରିଙ୍କ ଧରି ଏକ ଧଳା ଚାଦର ଗୁଡେଇ ହୋଇ ସମୁଦ୍ରକୂଳରେ ପୋଜ ଦେଇଛନ୍ତି। ମାଳଦ୍ୱୀପରେ ସେ ଏହି ଫଟୋ ଶୁଟ୍‌ କରିଛନ୍ତି। ଏହି ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ହିନାଙ୍କ ଏପରି ଫଟୋରେ କଳାକାରଙ୍କଠାରୁ ଆରମ୍ଭ କରି ତାଙ୍କ ଫ୍ୟାନମାନେ ଭିନ୍ନଭିନ୍ନ ମତ ଦେଇ ଦେଇଛନ୍ତି।

Share