ବାପାଙ୍କୁ ହରାଇଲେ ଏହି ଲୋକପ୍ରିୟ ଅଭିନେତ୍ରୀ, ଶୋକରେ ବୁଡ଼ିଲା…

ବମ୍ବେ: ବାପାଙ୍କୁ ହରାଇଛନ୍ତି ଲୋକପ୍ରିୟ ଟେଲିିଭିଜନ ଅଭିନେତ୍ରୀ ହିନା ଖାନ୍‌। ମୁମ୍ବାଇ ସ୍ଥିତ ତାଙ୍କ ବାସଭବନରେ ହୃଦ୍‌ଘାତ ହେବା ଯୋଗୁ ମଙ୍ଗଳବାର ହିନାଙ୍କ ବାପାଙ୍କ ନିଧନ ହୋଇଛି। ଖବର ଜଣାପଡ଼ିବା ପରେ ଅଭିନେତ୍ରୀଙ୍କ ସହ ପୁରା ପରିବାର ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ପ୍ରଶଂସକମାନେ ସମବେଦନା ଜଣାଇବା ସହ ଏଭଳି ସମୟରେ ଦୃଢ଼ ହେବାକୁ ଅଭିନେତ୍ରୀଙ୍କୁ କହୁଛନ୍ତି।

ଜୀବନର ଛୋଟ ବଡ଼ କଥା, ନିଷ୍ପତ୍ତି ହିନା ତାଙ୍କ ବାପାଙ୍କୁ ପଚାରି ନେଉଥିଲେ। ପିଲାଟିବେଳୁ ଅଭିନୟକୁ ପେସା ଭାବେ ବାଛିବାକୁ ଚାହୁଁଥିଲେ ହିନା। ହେଲେ ବାପା ତାଙ୍କୁ ପାଠପଢ଼ିବା ପରେ ଯାହା କିଛି କରିପାରିବେ ବୋଲି କହିଥିଲେ। ୨୦ ବର୍ଷ ବୟସରେ ସେ କଶ୍ମୀରରୁ ମୁମ୍ବାଇ ଚାଲିଆସିଥିଲେ। ଏହି କଥା କେବଳ ତାଙ୍କ ବାପା ଜାଣିଥିଲେ। ସିଏଏ ସ୍କୁଲରୁ ଏମ୍‌ବିଏ ସାରିବା ପରେ ୨୦୦୯ରେ ତାଙ୍କୁ ପ୍ରଥମ ଧାରାବାହିକରେ ଅଭିନୟ ଅଫର ଆସିଥିଲା। ଏଣୁ କହିପାରିବା ବାପାଙ୍କର ଅତି ଗେହ୍ଲି ଥିଲେ ହିନା। ଏବେ ତାଙ୍କ ନିଧନ ହିନାଙ୍କ ଜୀବନରେ ଗଭୀର କ୍ଷତ ସ୍ଥାନ ସୃଷ୍ଟି କରିଛି।

Share