ଭାଇରାଲ ହେଉଛି ହିନାଙ୍କ ଗ୍ଲାମରସ୍ ଫଟୋ

ମୁମ୍ବାଇ: ନାୟିକା ହିନା ଖାଁ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ । ସେଥିପାଇଁ ବୋଧହୁଏ ତାଙ୍କର ରହିଛନ୍ତି ବହୁ ଫ୍ୟାନ୍ ଫଲୋଇଂସ୍ । ସବୁବେଳେ ହିନା ତାଙ୍କର କିଛି ନା କିଛି ଫଟୋ ଶେୟାର କରି ପ୍ରଶଂସକଙ୍କ ମନ ଜିତନ୍ତି । ନିକଟରେ ସେ ଏକ ଲାଟେଷ୍ଟ ଫଟୋଶୁଟ୍‌ର କିଛି ଫଟୋ ଶେୟାର କରିବା ପରେ ଏବେ ଏହା ଭାଇରାଲ ହୋଇଛି । ଇନଷ୍ଟାଗ୍ରାମରେ ଶେୟାର କରାଯାଇଥିବା ଏହି ଫଟୋରେ ହିନା ହ୍ୱାଇଟ କଲର ଡ୍ରେସରେ ନଜର ଆସିଛନ୍ତି । ଏହାସହ ଏଥିରେ ସେ ଭିନ୍ନ ଭିନ୍ନ ପୋଜରେ ମଧ୍ୟ ଦେଖାଦେଇଛନ୍ତି । ତାଙ୍କର ଏହିସବୁ ଫଟୋ ତାଙ୍କ ପ୍ରଶଂସକଙ୍କୁ ବେଶ୍ ପସନ୍ଦ ଆସିଛି । ହିନାଙ୍କ ଫ୍ୟାଶନ ସେନ୍ସ ସବୁଠାରୁ ନିଆରା ହୋଇଥିବା ବେଳେ ସେ ଷ୍ଟାଇଲ ଆଇକନ ଭାବେ ମଧ୍ୟ ପରିଚିତ । ସୋସିଆଲ ମିଡିଆରେ ସେ ତାଙ୍କ ଜୀବନ କାହାଣୀ ବେଳେ ବେଳେ ଶେୟାର କରୁଥିବା ବେଳେ ୱାର୍କଆଉଟ୍‌, ଫ୍ୟାଶନ ଓ ଫଟୋଶୁଟର ଫଟୋ ମଧ୍ୟ ଶେୟାର କରିଥାଆନ୍ତି । ପ୍ରଥମେ ହିନା ‘ୟହ ରିସ୍ତା କ୍ୟା କହଲାତା’ରୁ କ୍ୟାରିୟର ଆରମ୍ଭ କରି ଦର୍ଶକଙ୍କ ପସନ୍ଦର ଅଭିନେତ୍ରୀ ପାଲଟି ଯାଇଥିଲେ । ‘ବିଗ୍ ବସ୍‌’ରେ ବି ସେ ଭାଗ ନେଇ ସାରିଛନ୍ତି ।

Share