୨୦ ବର୍ଷରେ ଘରେ ନ ଜଣାଇ ମୁମ୍ବାଇ ପଳାଇ ଆସିଥିଲେ ଏହି ଅଭିନେତ୍ରୀ

‘ୟେ ରିସ୍ତା କ୍ୟା କେହେଲାତା ହୈ’ ର ଅକ୍ଷରା ନାମରେ ପରିଚିତ ହିନା ଖାନ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କ ଜୀବନ ବିଷୟରେ କହିଛନ୍ତି। ହିନା ତାଙ୍କ ପରିବାର ସଦସ୍ୟଙ୍କୁ ନ ଜଣାଇ କିପରି ମୁମ୍ବାଇ ଆସିଥିଲେ ଏବଂ  ନିଜର କ୍ୟାରିୟର କିପରି ଆରମ୍ଭ କରିଥିଲେ ସେ ବିଷୟରେ ଶେୟାର କରିଛନ୍ତି। ଜାଣନ୍ତୁ ସେ ସମ୍ପର୍କରେ…

ହିନା କହିଛନ୍ତି, ମୁଁ ଏକ ରକ୍ଷଣଶୀଳ କାଶ୍ମୀର ପରିବାରରୁ ଆସିଛି। ଯେଉଁଠାରେ ଅଭିନେତ୍ରୀ ହେବା କଦାପି ସମ୍ଭବ ନୁହେଁ। ମୋର ପିତାମାତା ମୋତେ ପଢ଼ିବା ପାଇଁ ଦିଲ୍ଲୀ ପଠାଇବାକୁ ମଧ୍ୟ ପ୍ରସ୍ତୁତ ନଥିଲେ। କିନ୍ତୁ ମୁଁ ସେମାନଙ୍କୁ ବୁଝାଇ ଦେଲି। ହିନା କହିଛନ୍ତି, ଥରେ ତାଙ୍କ ବନ୍ଧୁ ଏକ ସିରିଏଲରେ ଅଡିସନ ପାଇଁ କହିଥିଲେ। ପ୍ରଥମେ ମୁଁ ମନା କରିଥିଲି କିନ୍ତୁ ପରେ ରାଜି ହୋଇଥିଲି। ପରେ କାଷ୍ଟିଂ ନିର୍ଦ୍ଦେଶକ ମୋତେ ବହୁତ ପସନ୍ଦ କରିଥିଲେ। ଏହା ପରେ ମୋତେ ମୁଖ୍ୟ ଭୂମିକା ପାଇଁ ମନୋନୀତ କରାଯାଇଥିଲା। ମୋର ପିତାମାତାଙ୍କୁ ନ ଜଣାଇ ମୁଁ ମୁମ୍ବାଇ ଯାଇଥିଲି । ସେତେବେଳେ ମୋତେ ୨୦ ବର୍ଷ ହୋଇଥିଲା।

ହିନା ଆହୁରି ମଧ୍ୟ କହିଛନ୍ତି, ପ୍ରଡକ୍ସନ ଲୋକେ ତାଙ୍କୁ ମୁମ୍ବାଇରେ ରହିବାକୁ ସାହାଯ୍ୟ କରିଥିଲେ। ଏ ନେଇ ମୋ ବାପାଙ୍କୁ କହିବାକୁ ମୋତେ ସପ୍ତାହେ ଲାଗିଗଲା, ମୋ ବାପା ଟିକେ ବିରକ୍ତ ହେଲେ, ଆମର ସମ୍ପର୍କୀୟମାନେ ମୋ ପିତାମାତାଙ୍କ ସହିତ ସମ୍ପର୍କ କାଟି ଦେଲେ। ତେବେ ଶୋ ଲୋକପ୍ରିୟତାର ଉଚ୍ଚତାକୁ ସ୍ପର୍ଶ କରିଛି। କିଛି ଦିନ ପରେ ପାପା କହିଥିଲେ ତୁମେ ଯେତେବେଳେ ତୁମର ପଢ଼ା ସମାପ୍ତ କରିବ ସେତେବେଳେ ତୁମେ ଏହା କରିପାରିବ।

Share