Advertisement

ହିନାଙ୍କ ଫିଲ୍ମ ‘ଲାଇନ୍ସ’ର ପୋଷ୍ଟର ରିଲିଜ୍‌

ମୁମ୍ବାଇ,୧୮।୫: ଟିଭି ସିରିୟଲ ‘ୟେ ରିସ୍ତା କ୍ୟା କେହେଲତା ହୈ’ରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ଅଭିନେତ୍ରୀ ହିନା ଖାନ ଏବେ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ହିନାଙ୍କ ଅପ୍‌ କମିଂ ଫିଲ୍ମ ‘ଲାଇନ୍ସ’ର ପୋଷ୍ଟର ୭୨ତମ କାନ୍‌ସ ଫିଲ୍ମ ଫେଷ୍ଟିଭାଲ ଅବସରରେ ରିଲିଜ୍‌ କରାଯାଇଛି। ହିନା ନିଜ ଇଂଷ୍ଟାଗ୍ରାମରେ ଫିଲ୍ମର ପୋଷ୍ଟରକୁ ଶେୟାର କରିଛନ୍ତି। ଏଥିସହ କ୍ୟାପସନରେ ସେ ଲେଖିଛନ୍ତି, ‘ଲାଇନ୍ସ ବା ବର୍ଡର ପାଇଁ ଲୋକଙ୍କ ଭାବନା ବଦଳିଯାଇଥାଏ’। ପୋଷ୍ଟରରେ ହିନାଙ୍କୁ ନୂଆ ଅବତାରରେ ଦେଖିବାକୁ ମିଳିଛି। ହିନା ଟ୍ରାଡିସ୍‌ନାଲ ଜୁଏଲାରୀ ପରିଧାନ କରିଥିବା ବେଳେ ତାଙ୍କ ସମ୍ମୁଖରେ ଲାଇନ ଟଣାଯାଇଥିବା ନଜର ଆସିଛି। ଏହି ଫିଲ୍ମରେ ହିନା ଜଣେ ସାଧାରଣ ଝିଅ ନାଜିଆ ଚରିତ୍ରରେ ନଜର ଆସିବେ। ଜଣେ ସାଧାରଣ ଝିଅର ସଂଘର୍ଷକୁ ନେଇ ଫିଲ୍ମଟି ଗତିଶୀଳ ହୋଇଛି। ରାହତ ଫାଜମୀ, ତାରୀକ ଖାନ, ଜେବା ସାଜିଦ ଏହି ଫିଲ୍ମକୁ ପ୍ରଯୋଜନା କରିଥିବା ଜଣାପଡ଼ିଛି। ଚଳିତ ବର୍ଷ ତାଙ୍କ ପାଇଁ ଖାସ୍‌ ରହିଛି। ପ୍ରଥମ ଥର ପାଇଁ କାନ୍‌ସ ଫିଲ୍ମ ଫେଷ୍ଟିଭାଲର ରେଡ କାର୍ପେଟରେ ହିନା ଓ୍ବାକ କରିଥିବା ବେଳେ ଏବେ ବଲିଉଡ୍‌ରେ ତାଙ୍କ ଜଲଓ୍ବା ଦେଖିପାରିବେ ପ୍ରଶଂସକ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share