ମିନି ଡ୍ରେସ୍‌ରେ ହିନାଙ୍କ ସୁପର ଲୁକ୍‌

ମୁମ୍ବାଇ: ଟେଲିଭିଜନ ଷ୍ଟାରଲେଟ୍‌ ହିନା ଖାନ୍‌ ଫ୍ୟାଶନକୁ ନେଇ ବେଶ୍‌ ଚର୍ଚ୍ଚାରେ। ଚଳିତ ବର୍ଷ କାନ୍ସରେ ତାଙ୍କର ସୁପର ତଥା ଚମତ୍କାର ଲୁକ୍‌ ଠାରୁ ଆରମ୍ଭ କରି ତାଙ୍କ କାଜୁଆଲ-ଚିକ ଡ୍ରେସ୍‌ ପର୍ଯ୍ୟନ୍ତ ସବୁକିଛି ଚର୍ଚ୍ଚାରେ ଥିଲା। ଏବେ ହିନା ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଛନ୍ତି। ଯାହାକୁ ଦେଖି ପ୍ରଶଂସକମାନେ ପାଗଳ ହୋଇ ଉଠିଛନ୍ତି। ସେ ଏକ ଲିଓପାଡ ପ୍ରିଣ୍ଟ୍‌ ମିନି ଡ୍ରେସ ପିନ୍ଧିଛନ୍ତି।

ଏହି ଲୁକ୍‌କୁ ଆଉ ଟିକେ ଆକର୍ଷଣୀୟା କରିବା ପାଇଁ ସେ୍‌ ଏକ କପଡା ବେଲ୍ଟ ବାନ୍ଧିଛନ୍ତି।  ଏହି ଲୁକ୍‌ ତାଙ୍କୁ ଖୁବ୍‌ ମାନୁଛି। ସେ ଏକ କଳାରଙ୍ଗର ଚଷମା ମଧ୍ୟ ପିନ୍ଧିଛନ୍ତି। ହିନା କ୍ୟାପଶନରେ ଲେଖିଛନ୍ତି, ତୁମେ ଯେଉଁଠିକି ଚାହିଁବ ତୁମକୁ ପବନ ନେଇଯିବ।

ହିନାଙ୍କ କ୍ୟାରିୟର କଥା ଯଦି ଦେଖିବା ତେବେ ସେ ‘ୟେ ରିସ୍ତା କ୍ୟା କେହଲତା ହୈ’ରେ ଅକ୍ଷରା ଏବଂ ‘କସୌଟି ଜିନ୍ଦେଗୀ କେ-୨’ କୋମୋଲିକା ଭୂମିକାରେ ବେଶ୍‌ ପରିଚିତ।

Share