ଓଡ଼ିଶାରେ ୩୪ ହଜାର କୋଟି ନିବେଶ କରିବ ହିଣ୍ଡାଲ୍‌କୋ: ମିଳିବ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର,୧୯।୧୦: କେନ୍ଦ୍ର ରସାୟନ ଓ ସାର ମନ୍ତ୍ରଣାଳୟ ଅଧୀନ କେମିକାଲ ଓ ପେଟ୍ରୋକେମିକାଲ ବିଭାଗ ପକ୍ଷରୁ ମୁମ୍ବାଇରେ ଆୟୋଜିତ ହୋଇଯାଇଛି ଇଣ୍ଡିଆ କେମ୍‌ ୨୦୨୪। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗଦେଇ ନିବେଶକମାନଙ୍କୁ ଆମନ୍ତ୍ରଣ କରିବା ସହ ବିକଶିତ ଓଡ଼ିଶା ଲକ୍ଷ୍ୟରେ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି।

ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ଶିଳ୍ପାୟନ ପାଇଁ ଆଗ୍ରହ ଦେଖାଇଛି ଆଦିତ୍ୟ ବିର୍ଲା ଗ୍ରୁପ। ମୁମ୍ବାଇରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ବିର୍ଲା ଗ୍ରୁପ ଅଧ୍ୟକ୍ଷ। ଏପରିକି ହିଣ୍ଡାଲ୍‌କୋ ପରିଚାଳନା ନିର୍ଦ୍ଦେଶକ ସତୀଶ ପାଇ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି।

ଆଲୋଚନା ବେଳେ ଓଡ଼ିଶାରେ ୩୪ ହଜାର କୋଟି ଟଙ୍କା ପୁଞ୍ଜି ନିବେଶ କରିବାକୁ ହିଣ୍ଡାଲ୍‌କୋ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି। ଏହା ଦ୍ୱାରା ଓଡ଼ିଶାର ଅର୍ଥନୈତିକ ବିକାଶ ସାଙ୍ଗକୁ ନିଯୁକ୍ତି ସୃଷ୍ଟି କରିବ। ଆଲୋଚନା ବେଳେ ରାୟଗଡ଼ା, ସମ୍ବଲପୁର ଏବଂ ହୀରାକୁଦରେ ଏକାଧିକ ପ୍ଲାଣ୍ଟ କରିବାକୁ ମଧ୍ୟ ଯୋଜନା କରାଯାଇଥିବା ଜଣାପଡିଛି।

Share