ଓଡ଼ିଶାରେ ବ୍ୟାଟେରି ଫଏଲ ନିର୍ମାଣ କରିବ ହିଣ୍ଡାଲ୍‌କୋ

ଭୁବନେଶ୍ୱର,୧୩।୧୨(ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ ଓଡ଼ିଶାର ସମ୍ବଲପୁରଠାରେ ଏକ ନୂତନ ବ୍ୟାଟେରି ଫଏଲ ନିର୍ମାଣକାରୀ ସୁବିଧା (କାରଖାନା) ସ୍ଥାପନ କରିବ। ଏପରିକି ଉକ୍ତ କାରଖାନା ନିର୍ମାଣ କରିବାକୁ କମ୍ପାନୀ ପ୍ରାୟ ୮୦୦ କୋଟି ଟଙ୍କା ନିବେଶ କରୁଛି। ପ୍ରାଥମିକ ପର୍ଯ୍ୟାୟରେ କମ୍ପାନୀ ୨୫,୦୦୦ ଟନ ସମୁସ୍ଥାନ ଶକ୍ତିସମ୍ପନ୍ନ ଉପତ୍ାଦ ନିର୍ମାଣ କରିବ, ଯାହା ଲିଥିୟମ-ଆୟନ ଏବଂ ସୋଡିୟମ-ଆୟନ ସେଲର ମେରୁଦଣ୍ଡ ଭାବେ ବିବେଚିତ ହେଉଛି। ବିଶେଷକରି ୨୦୩୦ ସୁଦ୍ଧା ଭାରତରେ ବ୍ୟାଟେରି ଗ୍ରେଡ୍‌ ଆଲୁମିନିୟମ ଫଏଲ ଚାହିଦା ବହୁଗୁଣ ବୃଦ୍ଧି ପାଇ ପ୍ରାୟ ୪୦,୦୦୦ ଟନ ହେବା ଆଶା କରାଯାଉଛି, ଯାହା ମୁଖ୍ୟତଃ ଉନ୍ନତ ସେଲ୍‌ ନିର୍ମାଣ ନିମନ୍ତେ ବ୍ୟାପକ ଭାବେ ବୃଦ୍ଧି ପାଉଥିବା ଗିଗା କାରଖାନାଗୁଡିକ ଯୋଗୁ ହେବ। ଏ ସମ୍ପର୍କରେ ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜର ମ୍ୟାନେଜିଂ ଡାଇରେକ୍ଟର ସତୀଶ ପାଇ କହିଛନ୍ତି, ବ୍ୟାଟେରି ସାମଗ୍ରୀ ଚାହିଦାରେ ଆମେ ଦ୍ରୁତ ଅଭିବୃଦ୍ଧି ଲକ୍ଷ୍ୟ କରୁଛୁ, ଯାହା ବୈଦ୍ୟୁତିକ (ଇଲେକ୍ଟ୍ରି ଭେଇକିଲ/ଇଭି) ଯାନ ସମୂହ ଏବଂ ଗ୍ରୀଡ୍‌ ମହଜୁଦ କ୍ଷେତ୍ରଗୁଡିକ ପାଇଁ ବେଶ୍‌ ପ୍ରଭାବୀ ଦୃଶ୍ୟପଟ ଦ୍ୱାରା ପରିଚାଳିତ ହେଉଛି। ଏଭଳି ରଣକୌଶଳାମତ୍କ କ୍ଷେତ୍ରଗୁଡିକରେ କଞ୍ଚାମାଲ ସ୍ଥାନୀୟସ୍ତରରେ ସଂଗ୍ରହ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସତୀଶ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି। ଏପରିକି ହିଣ୍ଡାଲ୍‌କୋ ସେଥିପାଇଁ ଆମତ୍ନିର୍ଭର ଭାରତ ନିର୍ମାଣ ନିମନ୍ତେ ବ୍ୟାଟେରି ସାମଗ୍ରୀ ଏବଂ ପ୍ରଯୁକ୍ତି କ୍ଷେତ୍ରରେ ବିବିଧ କ୍ଷେତ୍ରର ନିବେଶ କରୁଛି। ଏହି ନୂଆ ବ୍ୟାଟେରି ଫଏଲ ମିଲ୍‌ରେ ନିବେଶ ଏ ଦିଗରେ ଏହିଭଳି ଆଉ ଏକ ପଦକ୍ଷେପ ହୋଇଛି। ସେହିଭଳି କମ୍ପାନୀ ତା’ର ମହାରାଷ୍ଟ୍ରସ୍ଥିତ ମୌଦା ୟୁନିଟ୍‌ରେ ଗୁଣାମତ୍କ ବ୍ୟାଟେରି ଫଏଲ ନିର୍ମାଣ ନିମନ୍ତେ ପ୍ରଯୁକ୍ତିଗତ ସଫଳତା ହାସଲ କରିସାରିଛି। ମୌଦା ୟୁନିଟ୍‌ ସମ୍ପ୍ରତି ଭାରତ, ୟୁରୋପ ଏବଂ ଆମେରିକାରେ ଲିଥିୟମ-ଆୟନ ସେଲ ନିର୍ମାଣ ଯୋଗ୍ୟତା ହାସଲ ପ୍ରକ୍ରିୟାରେ ରହିଛି। ବିଶେଷକରି ଓଡ଼ିଶାରେ ଏହି ନୂଆ ୟୁନିଟ୍‌ ସମଗ୍ର ବିଶ୍ୱର ଗିଗା କାରଖାନାଗୁଡିକୁ ସାମଗ୍ରୀ ଯୋଗାଣ କ୍ଷମତା ସହିତ ପୁନଃ ଯୋଗକରିବ। ଏପରିକି ଉଚ୍ଚ ପ୍ରଦର୍ଶନ ସାମର୍ଥ୍ୟ ରଖୁଥିବା ଆଲୁମିନିୟମ ଫଏଲଗୁଡିକ କ୍ୟାଥୋଡ ପଦାର୍ଥ ନିମନ୍ତେ କରେଣ୍ଟ ସଂଗ୍ରହକାରୀ ଭାବେ ସେଲ ନିର୍ମାତାଙ୍କ ଦ୍ୱାରା ବ୍ୟବହାର କରାଯାଉଛି। ଅପରପକ୍ଷରେ ଉକ୍ତ ପ୍ରକଳ୍ପ ଅଙ୍ଗାରକ ନିର୍ଗମନ ହ୍ରାସ କରିବା ଏବଂ ଦୀର୍ଘସ୍ଥାୟୀ ଅଭିବୃଦ୍ଧି ନିର୍ମାଣ ନିମନ୍ତେ ସରକାରଙ୍କର ସବୁଜ ପ୍ରୟାସକୁ ଆଖିଦୃଶିଆ ଗତିଶୀଳତା ପ୍ରଦାନ କରିବ। ଏଥିସହ କମ୍ପାନୀ ବ୍ୟାଟେରି ଏନ୍‌କ୍ଲୋଜର, ମୋଟର ହାଉସିଂସ, ବୁସବାରସ, ଷ୍ଟ୍ରକଚରାଲ ଏବଂ ନିରାପତ୍ତା ଉପାଦାନ, ହାଲୁକା ଲୋଡ୍‌ ବଡିଜ ଆଦି ଗୁରୁତ୍ୱପୂର୍ଣ୍ଣ ଅଂଶ ମିଳିତ ଭାବରେ ବିକାଶ ଓ ତିଆରି କରିବାକୁ ମୂଳ ଉପକରଣ ନିର୍ମାତା (ଓଇଏମ୍‌)ମାନଙ୍କ ସହିତ ଘନିଷ୍ଠ ଭାବରେ ମିଶି କାର୍ଯ୍ୟ କରୁଛି, ଯେଉଁଗୁଡିକ ମଧ୍ୟରୁ ଅଧିକାଂଶ ଭାରତରେ ପ୍ରଥମ ଥର ପାଇଁ ଡିଜାଇନ ଓ ବିକଶିତ କରାଯାଉଛି। ଉକ୍ତ କାରଖାନା ସହ ଏକ ୨୫ ମେଗାୱାଟ ସୌର ଶକ୍ତି ପ୍ଲାଣ୍ଟ ମଧ୍ୟ ସ୍ଥାପନ କରାଯିବ ଏବଂ ଏହା ୪୦୦ କେଭି ରାଷ୍ଟ୍ରୀୟ ଗ୍ରୀଡ୍‌ ସଂଯୋଗରୁ ଅତିରିକ୍ତ ସୌରଶକ୍ତିର ସୁଯୋଗ ମଧ୍ୟ ନେଇପାରିବ। ଉଲ୍ଲେଖଯୋଗ୍ୟ, ୨୦୨୫ ଜୁଲାଇରେ କାର୍ଯ୍ୟକ୍ଷମ ହେବାକୁ ଲକ୍ଷ୍ୟ ରଖାଯାଇଥିବା ଏହି ୟୁନିଟ୍‌ ମହାରାଷ୍ଟ୍ରର ମୌଦାଠାରେ ଥିବା ହିଣ୍ଡାଲ୍‌କୋ କାରଖାନାର ପରିପୂରକ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀଙ୍କ ବଡ଼ ଘୋଷଣା, ଏଣିକି ଶସ୍ତାରେ ବୁକ୍‌ କରିପାରିବେ ଟ୍ରେନ-ବସ୍‌ ଟିକେଟ୍‌

ନୂଆଦିଲ୍ଲୀ,୧୯।୧୦: ଯଦି ଆପଣ ସବୁବେଳେ ଯାତ୍ରା କରିବାକୁ ପସନ୍ଦ କରୁଛନ୍ତି, ଆପଣଙ୍କ ପାଇଁ ଖୁସି ଖବର। ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନୀ ଦ୍ୱାରା ଏକ ଏପରି...

ତନିସ୍କର ସ୍ବତନ୍ତ୍ର ଅଫର୍‌: ସୁନା-ହୀରା ମୂଲ୍ୟରେ…

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ଟାଟାର  ଗହଣା ରିଟେଲ ବ୍ରାଣ୍ଡ ତନିସ୍କ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୩ଟି  ନୂଆ ଷ୍ଟୋରର ଶୁଭାରମ୍ଭ କରିଛି। ଶୁକ୍ରବାର ଭୁବନେଶ୍ୱରର ପାତ୍ରପଡ଼ା ଓ...

୨୫ ରାଜ୍ୟ, ୧୩ ଦେଶର ଉତ୍ପାଦ ଗୋଟିଏ ସ୍ଥାନରେ

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଦଶମ ଭୁବନେଶ୍ୱର ଅନ୍ତର୍ଜାତୀୟ ବାଣିଜ୍ୟ ମେଳା- ୨୦୨୪ ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ପକ୍ଷରୁ ଶୁକ୍ରବାର ଉଦ୍‌ଘାଟନ ହୋଇଯାଇଛି। ଏହି ମେଳାର...

ଓଡ଼ିଶାରେ ୧ ଲକ୍ଷ କୋଟି ନିବେଶ କରିବ ବେଦାନ୍ତ:୨ ଲକ୍ଷ ନୂଆ ନିଯୁକ୍ତି ଆଶା

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ବେଦାନ୍ତ ଗତ ୨୦ ବର୍ଷ ମଧ୍ୟରେ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ କରିବା ସହ ରାଜ୍ୟରେ ୧ ଲକ୍ଷରୁ ଅଧିକ ନିଯୁକ୍ତି...

ପୁଣି ଛଟେଇ କରିବ ମେଟା: ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ କର୍ମଚାରୀ ସାମିଲ

ନୂଆଦିଲ୍ଲୀ,୧୭ା୧୦: ଭବିଷ୍ୟତକୁ ଦୃଷ୍ଟିରେ ରଖି ଛଟେଇ କରିବାକୁ ଯାଉଛି ମେଟା। ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ ଏବଂ ରିଅଲିଟି ଲ୍ୟାବ୍ ସମେତ ୟୁନିଟ୍ ଗୁଡିକରେ କର୍ମଚାରୀଙ୍କୁ ଛଟେଇ...

ଅକ୍ଟୋବରରେ ବଢ଼ିଲା ଏଫ୍‌ଡି ମୂଲ୍ୟ, ୭.୫%ରୁ ଅଧିକ ସୁଧହାର ଦେଉଛନ୍ତି ୧୦ ବ୍ୟାଙ୍କ

ନୂଆଦିଲ୍ଲୀ,୧୭।୧୦: କ୍ରମାଗତ ଭାବେ ବ୍ୟାଙ୍କର ନଗଦ ରାଶି ହ୍ରାସ ପାଇବା ସହିତ ବ୍ୟାଙ୍କ କାରବାରରେ ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ଉଭୟ ବ୍ୟାଙ୍କ ଓ...

ସୁଲଭ ଇଣ୍ଟରନେଟ୍ ପାଇଁ ଭାରତ ସରକାର ନେଲେ ବଡ଼ ନିଷ୍ପତ୍ତି: ପ୍ରଶଂସା କଲେ ଏଲନ ମସ୍କ

ନୂଆଦିଲ୍ଲୀ,୧୬ା୧୦: ଭାରତରେ ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଛି ସାଟେଲାଇଟ ଇଣ୍ଟରନେଟ୍। ଏଥିପାଇଁ କେନ୍ଦ୍ର ସରକାର ସ୍ପେକ୍ଟ୍ରମ୍ ନିଲାମ କରିବା ବଦଳରେ ବିଶ୍ୱ ସ୍ତରୀୟ ନୀତି ଅନୁସରଣ...

କ୍ରୋକୋଡାଇଲ ଷ୍ଟୋରର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୬।୧୦: ଦେଶର ପ୍ରମୁଖ ପ୍ରିମିୟମ ପୋଷାକ ବ୍ରାଣ୍ଡ୍‌ ତଥା ଅଗ୍ରଣୀ ରିଟେଲ ଚେନ୍‌ ‘କ୍ରୋକୋଡାଇଲ’ର ଏକ୍ସକ୍ଲୁସିଭ ଷ୍ଟୋର (କ୍ରୋକୋଡାଇଲ ସିମ୍ପୋନି ମଲ୍‌ ପାହାଳ ଷ୍ଟୋର) ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri