ଆଦାନୀ ଗ୍ରୁପର ୧୩ ଲକ୍ଷ କୋଟିର କ୍ଷତି କରି ଏତେ କୋଟି ଟଙ୍କା ଆୟ କରିଛି ହିଣ୍ଡେନବର୍ଗ, ଜାଣିଲେ ତାଜୁବ ହେବେ…

ନୂଆଦିଲ୍ଲୀ,୩।୭: ଗତ ବର୍ଷ ଜାନୁଆରୀରେ ଆମେରିକାର ଅନୁସନ୍ଧାନକାରୀ ସଂସ୍ଥା ହିଣ୍ଡେନବର୍ଗ ଆଦାନୀ ଗ୍ରୁପ ଉପରେ ବଡ଼ ଅଭିଯୋଗ ଆଣିଥିଲା। ଯେଉଁଥିରେ ଆଦାନୀ ଗ୍ରୁପକୁ ବଡ଼ କ୍ଷତି ସହିବାକୁ ପଡିଥିଲା। ଆଦାନୀ ଗ୍ରୁପ ୧୫୩ ବିଲିୟନ ଡ଼ଲାର୍‌ (ପ୍ରାୟ ୧୩ ଲକ୍ଷ କୋଟି ଟଙ୍କା) କ୍ଷତି ସହିଥିଲା। କିନ୍ତୁ, ଜାଣନ୍ତି କି ଆଦାନୀ ଗ୍ରୁପର ଏହି ଖୁଲାସା ଭିତରେ ପୁରା ହିଣ୍ଡେନବର୍ଗ କେତେ ଆୟ କରିଥିଲା। ଆମେରିକାର ଅନୁସନ୍ଧାନକାରୀ ସଂସ୍ଥା ହିଣ୍ଡେନବର୍ଗ ନିଜେ ଏହା ପ୍ରକାଶ କରିଛି ଯାହାକୁ ଶୁଣିଲେ ଆପଣ ତାଜୁବ ହୋଇଯିବେ।

SEBI ର ଏକ ନୋଟିସର ଉତ୍ତର ଦେଇ ହିଣ୍ଡେନବର୍ଗ କହିଛି ଯେ, ଆଦାନୀ ଗ୍ରୁପ କମ୍ପାନୀଗୁଡିକରେ ସ୍ବଳ୍ପ ବିକ୍ରୟ କରି ମାତ୍ର ୪୦ ମିଲିୟନ ଡଲାର୍‌ (ପ୍ରାୟ ୩୩ କୋଟି ଟଙ୍କା) ରୋଜଗାର କରିଛିି। ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ, ଏହି ଆକଳନକୁ ହିେଣ୍ଡେନବର୍ଗ ନିଜେ ଦେଇଛିି। ହିଣ୍ଡେନବର୍ଗର ପ୍ରତିଷ୍ଠାତା ନାଥାନ ଆଣ୍ଡରସନ ଗତବର୍ଷ ଭାରତୀୟ ଷ୍ଟକ ବଜାରରେ କରିଥିବା ଲାଭ ବିଷୟରେ ଉଲ୍ଲେଖ କରିଛନ୍ତି। ହିଣ୍ଡେନବର୍ଗ ରିପୋର୍ଟ ପରେ ଆଦାନୀ ଗ୍ରୁପର ୧୫୩ ଅରବ ଡଲାର କ୍ଷତି ହୋଇଥିଲା। ଯାହା ଆଜି ଯାଏଁ କ୍ଷତିପୂରଣ ହୋଇ ପାରିନାହିଁ।

Share