Hindenburg Report : ସୁପ୍ରିମକୋର୍ଟଙ୍କ ରାୟ ପରେ ଶେୟାର ବଜାର ଉପରମୁହାଁ, ଘଣ୍ଟାଏ ମଧ୍ୟରେ ୧୧ ପ୍ରତିଶତରୁ ଅଧିକ ରିଟର୍ନ ପାଇଲେ ନିବେଶକ…

ମୁମ୍ବାଇ,୩।୧ : ଷ୍ଟକ ମାର୍କେଟରେ ପୁଞ୍ଜି ବିନିଯୋଗ କରୁଥିବା ଲୋକଙ୍କ ଆଖି ସୁପ୍ରିମକୋର୍ଟଙ୍କ ରାୟ ଉପରେ ଥିଲା। ବୁଧବାର ଦେଶର ଶୀର୍ଷ ଅଦାଲତରୁ ନିବେଶକମାନଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ଆସିବାକୁ ଥିଲା ଏବଂ ସେମାନଙ୍କ ହଜାର ହଜାର କୋଟି ଟଙ୍କା ମଧ୍ୟ ସଙ୍କଟରେ ଥିଲା। ନିବେଶକମାନେ ସକାଳୁ କିଛି ଭଲ ଆଶା କରୁଥିଲେ ଏବଂ ଶେଷରେ ଏହି ନିଷ୍ପତ୍ତି ମଧ୍ୟ ସେମାନଙ୍କ ସପକ୍ଷରେ ଆସିଥିଲା । ଆଦାନୀ ଗ୍ରୁପର ହିଣ୍ଡନବର୍ଗ ରିପୋର୍ଟ ମାମଲାର ନିଷ୍ପତ୍ତିର ମାତ୍ର ଏକ ଘଣ୍ଟା ମଧ୍ୟରେ ନିବେଶକ ୧୧ ପ୍ରତିଶତରୁ ଅଧିକ ରିଟର୍ନ ଅର୍ଜନ କରିଛନ୍ତି ।

ସୁପ୍ରିମକୋର୍ଟ ଆଦାନୀ ଗ୍ରୁପ ସପକ୍ଷରେ ଏହି ନିଷ୍ପତ୍ତି ଦେଇଛନ୍ତି ଏବଂ ଏହି ନିଷ୍ପତ୍ତି ଶୁଣିବା ମାତ୍ରେ ଷ୍ଟକ ମାର୍କେଟ ଉପର ମୁହାଁ ହୋଇଛି। ଏକ ଘଣ୍ଟା ମଧ୍ୟରେ, ଆଦାନୀ ଗ୍ରୁପ ର ଶେୟାରରେ ୧୧ ପ୍ରତିଶତ ଏକ ବିରାଟ ଜମ୍ପ ଦେଖିବାକୁ ମିଳିଥିଲା । ଆଦାନୀ ବନ୍ଦର ଏବଂ ଏସଇଜେଡରେ ୨ ପ୍ରତିଶତ ବୃଦ୍ଧି ଘଟିଛି ଏବଂ ଆଦାନୀ ଏଣ୍ଟରପ୍ରାଇଜେସରେ ୫ ପ୍ରତିଶତ ବୃଦ୍ଧି ଘଟିଛି। ଉଭୟ ଷ୍ଟକ ନିଫ୍ଟିର ସକାଳ ପର୍ଯ୍ୟନ୍ତ ଶୀର୍ଷ ଲାଭକାରୀ ଭାବରେ ରହିଥିଲେ। ଏହା ବ୍ୟତୀତ ଆଦାନୀ ୱିଲମାର, ଆଦାନୀ ଗ୍ରୀନ ଏନର୍ଜି, ଆଦାନୀ ପାୱାର, ଆଦାନୀ ଟୋଟାଲ ଗ୍ୟାସ ଏବଂ ଆଦାନୀ ଏନର୍ଜି ସଲ୍ୟୁଶନର ଶେୟାର ମଧ୍ୟ ୩ ରୁ ୧୧ ପ୍ରତିଶତ ବଡ ଲମ୍ଫ ଦେଖାଇଛି। ଏନଡିଟିଭି, ଏସିସି ଏବଂ ଆମ୍ବୁଜା ସିମେଣ୍ଟ ପରି ଅନ୍ୟ ଆଦାନୀ ଗ୍ରୁପ କମ୍ପାନୀଗୁଡିକର ଷ୍ଟକେୀ ମଧ୍ୟ ୬ ପ୍ରତିଶତ ବୃଦ୍ଧି ଘଟିଛି।

Share