ହିଣ୍ଡେନବର୍ଗ ରିପୋର୍ଟ: ଆଉ ଏକ କମ୍ପାନୀର କଲା ଖୁଲାସା

ଓ୍ବାଶିଂଟନ/ଅବୁଜା,୭।୬:ଶର୍ଟ ସେଲିଂ ଫାର୍ମ ହିଣ୍ଡେନବର୍ଗ ଭାରତୀୟ ବିଲିୟନେୟାର ବ୍ୟବସାୟୀ ଗୌତମ ଆଦାନୀ ଏବଂ ଆଦାନୀ ଗ୍ରୁପ ସମ୍ବନ୍ଧରେ ଚଳିତ ବର୍ଷ ଜାନୁୟାରୀରେ ଏକ ରିପୋର୍ଟ ପ୍ରକାଶ କରିଥିଲା। ଯେଉଁଥି ପାଇଁ ଆଦାନୀ ଷ୍ଟକ୍‌ ମାର୍କେଟ୍‌ରେ ବହୁ କ୍ଷତି ସହିଥିଲେ। ଏଥିପାଇଁ ତାଙ୍କ କମ୍ପାନୀ ବଡ ଝଟ୍‌କା ଲାଗିଥିଲା।
କମ୍ପାନୀ ମାର୍ଚ୍ଚରେ ଟ୍ବିଟ୍‌ କରି ଆଉ ଏକ ବଡ ରିପୋର୍ଟ ଆଣିବ ବୋଲି ଚେତାବନୀ ଦେଇଥିଲା। ତେବେ ଆଦାନୀ ଗ୍ରୁପ୍‌ ପରେ ହିଣ୍ଡେନବର୍ଗ ଏବେ ଆଉ ଏକ କମ୍ପାନୀର ଶିକାର କରିଛି। ନାଇଜେରିଆର କମ୍ପାନୀ ଟିଙ୍ଗୋ ଗ୍ରୁପ୍‌ର ଖୁଲାସା କରିଛି ହିଣ୍ଡେନବର୍ଗ। ଏହି ରିପୋର୍ଟରେ ମଧ୍ୟ ଆଦାନୀ ଗ୍ରୁପ ପରି ଟିଙ୍ଗୋ ଗ୍ରୁପ ବିରୋଧରେ ସମାନ ଅଭିଯୋଗ ହୋଇଛି। ରିପୋର୍ଟ ଆସିବାର ଗୋଟିଏ ଦିନରେ କମ୍ପାନୀ ଷ୍ଟକ୍‌ ମାର୍କେଟରେ କ୍ଷତି ସହିବାକୁ ପଡିଛି। କମ୍ପାନୀର ସେୟାରରେ ୮୦ପ୍ରତିଶତରୁ ଅଧିକ ହ୍ରାସ ଘଟିଛି। ଏପରି କ୍ଷତି ଆଦାନୀ ଗ୍ରୁପ୍‌ ଷ୍ଟକ୍‌ ମାର୍କେଟ୍‌ରେ ମଧ୍ୟ ଦେଖାଯାଇ ନ ଥିଲା।

ଟିଙ୍ଗୋ ଗ୍ରୁପ ହେଉଛି ଏକ ନାଇଜେରିଆ କମ୍ପାନୀ। ଏହା ଏକ ଗ୍ରୀନ ଫିଣ୍ଟେକ କମ୍ପାନୀ। ଏହି କମ୍ପାନୀ ଆଫ୍ରିକା, ଦକ୍ଷିଣ-ପୂର୍ବ ଏସିଆ ଏବଂ ମଧ୍ୟ ପୂର୍ବରେ ବ୍ୟବସାୟ କରୁଛି। ଏହାର ପ୍ରତିଷ୍ଠାତା ଡୋଜି ମୋଂବୋସି ନାଇଜେରିଆର ପ୍ରଥମ ମୋବାଇଲ ପେମେଣ୍ଟ ଆପ୍‌ ତିଆରି କରିବାର ଦାବି କରଥିଲେ।
ହିଣ୍ଡେନବର୍ଗ ରିପୋର୍ଟରେ ଦର୍ଶାଇଛି ଯେ, ତେବେ ଏନେଇ ଟିଙ୍ଗୋ ଗ୍ରୁପ୍‌କୁ ପଚାରାଯାଇଥିବାବେଳେ କମ୍ପାନୀ ଏହି ଦାବିକୁ ମିଥ୍ୟା ବୋଲି କହିଛି। ଏହି ରିପୋର୍ଟରେ ହିଣ୍ଡେନବର୍ଗ ଟିଙ୍ଗୋ ଗ୍ରୁପର ଫାଇନାସ୍ସିଆଲ ଉପରେ ପ୍ରଶ୍ନ କରିଥିଲା ଏବଂ ଏହି ସ୍କିମ୍‌କୁୁ ଏକ ଘୋଟାଲା ବୋଲି ଦର୍ଶାଇଥିଲା। ଏହି ରିପୋର୍ଟ ସାମ୍ନାକୁ ଆସିବା ପରେ ଷ୍ଟକ୍‌ ମାର୍କେଟ୍‌ରେ କମ୍ପାନୀର ସେୟାର ୮୦.୭୩ ପ୍ରତିଶତ ହ୍ରାସ ପାଇଛି।

ହିଣ୍ଡେନବର୍ଗ ରିସର୍ଚ୍ଚ ରିପୋର୍ଟରେ ଡିଙ୍ଗୋ ଗ୍ରୁପ୍‌ର ମୋବାଇଲ ବ୍ୟବସାୟ ନେଇ ଅନେକ ପ୍ରଶ୍ନ ଉଠାଇଛି। ଟିଙ୍ଗୋ ଗ୍ରୁପ୍‌ ରିପୋର୍ଟରେ କହିଛି ଯେ, ମୋବାଇଲ ହ୍ୟାଣ୍ଡସେଟ ଏବଂ ଡାଟା ବ୍ୟବସାୟରେ କମ୍ପାନୀ ୧୨୮ମିଲିୟନ ଡଲାର୍‌ ବ୍ୟବସାୟ କରିଛି। ଟିଙ୍ଗୋ କମ୍ପାନୀ ଏୟାରଟେଲ ସହ ମିଳିତ ଭାବେ ନାଇଜେରିଆରେ ସେବା ପ୍ରଦାନ କରି ଆସୁଛି। ଅନ୍ୟପକ୍ଷରେ ହିଣ୍ଡେନବର୍ଗ ଯେତେବେଳେ ଆଫ୍ରିକା ଏୟାରଟେଲ ସହିତ ଏନେଇ ଯୋଗାଯୋଗ କରିଥିଲେ ସେତେବେଳେ ଏୟାରଟେଲ୍‌ ଏହି ଦାବିକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଥିଲା। ନାଇଜେରିଆର ଟିଙ୍ଗୋ ମୋବାଇଲ ସହ ତା’ର କୌଣସି ବ୍ୟବସାୟ ନାହିଁ ବୋଲି ଏୟାରଟେଲ ସ୍ପଷ୍ଟ କରିଥିଲା।

Share