‘ହିନ୍ଦୀ ଆଉ ଜାତୀୟ ଭାଷା ହୋଇ ରହି ନାହିଁ’

ବହୁ ପ୍ରତୀକ୍ଷିତ ଫିଲ୍ମ ‘କେଜିଏଫ ୨’ ବକ୍ସ ଅଫିସରେ ଧମାଲ କରୁଛି। କନ୍ନଡ ସୁପରଷ୍ଟାର ୟଶଙ୍କ ଅଭିନୀତ ଏହି ଫିଲ୍ମଟି କନ୍ନଡ, ହିନ୍ଦୀ, ତାମିଲ, ତେଲୁଗୁ ଏବଂ ମାଲାୟାଲମ ଭାଷାରେ ରିଲିଜ୍‌ କରାଯାଇଛି।
ନିକଟରେ ଫିଲ୍ମ ‘ଆର: ଡେଡଲିଷ୍ଟ ଗ୍ୟାଙ୍ଗଷ୍ଟର ଏଭର’ର ଶୁଭାରମ୍ଭ ଅବସରରେ କନ୍ନଡ ଷ୍ଟାର କିଚା ସୁଦୀପ ସାଉଥ ଫିଲ୍ମର ସଫଳତା କହିଛନ୍ତି, ବର୍ତ୍ତମାନ ସାଉଥ ନିର୍ଦ୍ଦେଶକମାନେ ଏଭଳି ଫିଲ୍ମ ନିର୍ମାଣ କରୁଛନ୍ତି ଯାହାର ଗ୍ଲୋବାଲ ପ୍ରେଜେନ୍ସ ରହିଛି। ଏପରିକି ବଲିଉଡର ଲୋକମାନେ ନିଜ ହିନ୍ଦୀ ଫିଲ୍ମକୁ ତେଲୁଗୁ ଏବଂ ତାମିଲରେ ଡବିଂ କରୁଛନ୍ତି, କିନ୍ତୁ ସେମାନଙ୍କର ସଫଳତା କମ୍‌।
ଆହୁରି ମଧ୍ୟ କହିଛନ୍ତି, ହିନ୍ଦୀ ଏବେ ଜାତୀୟ ଭାଷା ହୋଇ ରହି ନାହିଁ। ସେମାନେ ଆଜି ବି ପ୍ୟାନ ଇଣ୍ଡିଆ ଫିଲ୍ମ ନିର୍ମାଣ କରୁଛନ୍ତି। ଆଜି ଆମେ ନିର୍ମାଣ କରୁଥିବା ଫିଲ୍ମଟି ସବୁଆଡେ ପସନ୍ଦ ହେଉଛି।

Share