Posted inଫୁରସତ

ହିନ୍ଦୀ ଚତୁର୍ଥ ଶ୍ରେଷ୍ଠ କଥିତ ଭାଷା

ଅଧିକ ସଂଖ୍ୟକ ଲୋକ ବୁଝିପାରୁଥିବା ଭାଷା ଦ୍ୱାରା ଏବେ ସରକାର ବିଭିନ୍ନ ନୀତି ପ୍ରଣୟନ ଉପରେ ଗୁରୁତ୍ୱାରୋପ କରୁଛନ୍ତି। ଏହାଦ୍ୱାରା ଅଧିକ ଲୋକ ସରକାରଙ୍କ ଆଭିମୁଖ୍ୟ ସମ୍ପର୍କରେ ଅବଗତ ହୋଇପାରିବେ। ଭାରତରେ ରାଷ୍ଟ୍ରଭାଷା ଭାବେ ହିନ୍ଦୀକୁ ଗ୍ରହଣ କରାଯାଇଛି। ହିନ୍ଦୀ ଭାଷା ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ୧୦ ଜାନୁୟାରୀରେ ବିଶ୍ୱ ହିନ୍ଦୀ ଦିବସ ପାଳନ କରାଯାଇଥାଏ। ଏହାର ଉଦ୍ଦେଶ୍ୟ ହେଉଛି ହିନ୍ଦୀକୁ ବିଶ୍ୱସ୍ତରରେ ପ୍ରୋତ୍ସାହିତ କରିବା ଏବଂ ଏହାକୁ ଏକ ଅନ୍ତର୍ଜାତୀୟ ଭାଷା ଭାବରେ ଉପସ୍ଥାପନ କରିବା ପାଇଁ ସଚେତନତା ସୃଷ୍ଟି କରିବା।
ବିଶ୍ୱରେ ହିନ୍ଦୀର ବିକାଶ ଏବଂ ପ୍ରସାର ଲକ୍ଷ୍ୟରେ ବିଶ୍ୱ ହିନ୍ଦୀ ସମ୍ମିଳନୀ ଆରମ୍ଭ ହୋଇଥିଲା ଏବଂ ୧୯୭୫ ଜାନୁଆରୀ ୧୦ରେ ନାଗପୁରରେ ପ୍ରଥମ ବିଶ୍ୱ ହିନ୍ଦୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ତେଣୁ ଏହି ଦିନଟିକୁ ସ୍ମରଣକରି ପ୍ରତିବର୍ଷ ଜାନୁଆରୀ ୧୦ରେ ‘ବିଶ୍ୱ ହିନ୍ଦୀ ଦିବସ’ ଭାବରେ ପାଳନ କରାଯାଇଥାଏ।
ସେପ୍ଟେମ୍ବର ୧୯୪୯ରେ ଭାରତ ସରକାରଙ୍କ ପକ୍ଷରୁ ହିନ୍ଦୀକୁ ସରକାରୀ ଭାଷା ଭାବରେ ଘୋଷଣା କରାଯାଇଥିଲା। ଏହା ପରେ, ୧୯୫୩ରେ ରାଷ୍ଟ୍ର ଭାଷା ପ୍ରସାର ସମିତିର ସୁପାରିସ କ୍ରମେ ଏହି ଦିନକୁ ହିନ୍ଦୀ ଦିବସ ଭାବେ ପାଳନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୧୦ ଜାନୁଆରୀ ୨୦୦୬ରେ ପ୍ରତିବର୍ଷ ବିଶ୍ୱ ହିନ୍ଦୀ ଦିବସ ପାଳନ କରିବାକୁ ଘୋଷଣା କରିଥିଲେ। ଭାରତୀୟ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ୧୦ ଜାନୁଆରୀ ୨୦୦୬ରେ ପ୍ରଥମ ଥର ପାଇଁ ବିଶ୍ୱ ହିନ୍ଦୀ ଦିବସ ପାଳନ କରାଯାଇଥିଲା। ସେବେଠାରୁ ଏହି ଦିବସଟି ପାଳନ ହୋଇଆସୁଛି।
ବିଦେଶରେ ଥିବା ଭାରତୀୟ ଦୂତାବାସରେ ଏହି ଦିନକୁ ବିଶେଷ ଭାବେ ପାଳନ କରାଯାଇଥାଏ।
ସାରା ବିଶ୍ୱରେ ୩୦ରୁ ଅଧିକ ଦେଶରେ ହିନ୍ଦୀ ଶିକ୍ଷା ଦିଆଯାଉଛି ଏବଂ ପାଖାପାଖି ୧୦୦ ବିଶ୍ୱବିଦ୍ୟାଳୟରେ ହିନ୍ଦୀ ଅଧ୍ୟୟନ କେନ୍ଦ୍ର ଖୋଲାଯାଇଛି। ଭାରତ ବ୍ୟତୀତ ମରିସସ୍‌, ଫିଜି, ସୁରିନାମ, ଗୁଏନା, ତ୍ରିନିଦାଦ୍‌ ଏବଂ ନେପାଳରେ ହିନ୍ଦୀ ଭାଷାକୁ କଥିତ ଭାଷା ଭାବରେ ମଧ୍ୟ ବ୍ୟବହାର କରାଯାଇଥାଏ। ଆମେରିକାରେ ପ୍ରାୟ ୧୫୦ରୁ ଅଧିକ ଶିକ୍ଷଣ ସଂସ୍ଥାରେ ହିନ୍ଦୀ ଶିକ୍ଷା ଦିଆଯାଉଛି।
ଅଧିକ କଥିତ ହେଉଥିବା ୫ ଭାଷା ମଧ୍ୟରେ ହିନ୍ଦୀ ରହିଛି। ପ୍ରଥମ ସ୍ଥାନରେ ଚାଇନିଜ ଭାଷା ମାଣ୍ଡାରିନ୍‌ ଥିବାବେଳେ ଦ୍ୱିତୀୟରେ ସ୍ପେନିସ୍‌ ଭାଷା ରହିଛି। ସେହିପରି ତୃତୀୟରେ ଇଂଲିଶ୍‌ ଥିବାବେଳେ ଚତୁର୍ଥରେ ହିନ୍ଦୀ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ଆପଣଙ୍କୁ ଭୋଟ ଦେଇଛି, ଏବେ ମୋ’ ପାଇଁ କନ୍ୟାଟିଏ ଖୋଜି ଦିଅନ୍ତୁ; ବିଧାୟକଙ୍କୁ ପେଟ୍ରୋଲ ପମ୍ପ କର୍ମଚାରୀ କଲେ ଅପିଲ୍‌…

ଲକ୍ଷ୍ନୌ,୧୮।୧୦: ମୁଁ ଆପଣଙ୍କୁ ଭୋଟ ଦେଇଛି, ଏବେ ମୋ ପାଇଁ ବଧୂଟିଏ ଖୋଜି ଦିଅନ୍ତୁ। ଏହା ହେଉଛି ଜଣେ ବିଧାୟକଙ୍କୁ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଅପିଲ।...

ଦୃଷ୍ଟିହୀନ ଲୋକଙ୍କ ସାହାରା-ଧଳା ବାଡ଼ି

ପ୍ରତିବର୍ଷ ଅକ୍ଟୋବର ୧୫ରେ ସାରା ବିଶ୍ୱରେ ହ୍ବାଇଟ କେନ ଡେ’ ବା ବିଶ୍ୱ ଧଳା ବାଡ଼ି ଦିବସ ପାଳନ କରାଯାଏ। ଦୃଷ୍ଟିହୀନ ଓ କମ୍‌ ଦୃଷ୍ଟିସମ୍ପନ୍ନ...

ଏମିତି ଇସ୍ତଫା ପତ୍ର ଲେଖିଲେ କର୍ମଚାରୀ, ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୫।୧୦: ସୋସିଆଲ ମିଡିଆରେ ଅନେକ ସମୟରେ ଅଜବ ଉପାୟରେ ଲେଖାଯାଇଥିବା ଚାକିରି ଅଫର କିମ୍ବା ଇସ୍ତଫା ପତ୍ର ଭାଇରାଲ ହୁଏ। କେତେକରେ, କର୍ମଚାରୀମାନେ ସେମାନଙ୍କର ଯନ୍ତ୍ରଣା...

ଝଙ୍କଡ଼ ଶାରଳା ପୀଠ

ରାଜ୍ୟର ପ୍ରମୁଖ ଦେବୀ ପୀଠ ମଧ୍ୟରେ ମା’ ଶାରଳାଙ୍କ ମନ୍ଦିର ଅନ୍ୟତମ। ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଝଙ୍କଡ଼ କନକପୁରଠାରେ ଏହି ପୀଠ ଅବସ୍ଥିତ।...

ପର୍ଯ୍ୟଟକଙ୍କୁ ଟାଣି ଆଣେ କଣ୍ଟିଲୋ ନୀଳମାଧବ

ପର୍ଯ୍ୟଟକଙ୍କୁ ଟାଣି ଆଣିବା ପାଇଁ ନୟାଗଡ଼ ଜିଲାର କଣ୍ଟିଲୋରେ ରହିଛି ମନଲୋଭା ପର୍ଯ୍ୟଟନ ସ୍ଥଳ। ମହାନଦୀର ଦକ୍ଷିଣ ପାର୍ଶ୍ୱରେ ଜଗନ୍ନାଥ ସଂସ୍କୃତିର ଆଦି ପୀଠ କଣ୍ଟିଲୋ...

କୃଷ୍ଣଚୂଡାର ରଙ୍ଗ ଆଜି ଫିକା…ମନେ ପଡନ୍ତି ଖୋକା ଭାଇ

ଓଡ଼ିଆ ସଙ୍ଗୀତ ଦୁନିଆର ବେତାଜ୍‌ ବାଦଶାହା। ହେଲେ ଥିଲେ ମୁକୁଟ ବିହୀନ ସମ୍ରାଟ। କାଳଜୟୀ ତଥା ଲୋକପ୍ରିୟ ସଙ୍ଗୀତଜ୍ଞ ଚିର ସବୁଜ ଅକ୍ଷୟ ମହାନ୍ତିଙ୍କର ଆଜି...

ପ୍ରକୃତିର ଅନନ୍ୟ ଉପହାର ପ୍ରଧାନପାଟ ଜଳପ୍ରପାତ

ପ୍ରକୃତିର ଅନନ୍ୟ ଉପହାର ହେଉଛି ଦେବଗଡ଼ ଜିଲାର ପ୍ରଧାନପାଟ ଜଳପ୍ରପାତ। ଦେବଗଡ଼ ସହରରୁ ମାତ୍ର ଦେଢ଼ କିଲୋମିଟର ଦୂରରେ ଅବସ୍ଥିତ ଏହି ପର୍ଯ୍ୟଟନସ୍ଥଳକୁ ବର୍ଷ ସାରା...

ପର୍ଯ୍ୟଟକଙ୍କ ପ୍ରମୁଖ ଆକର୍ଷଣ ତାମ୍ପରା ହ୍ରଦ

ଗଞ୍ଜାମ ଜିଲା ଛତ୍ରପୁର ନିକଟ ହୁମୁରୀ ତାମ୍ପରା ହ୍ରଦ ପର୍ଯ୍ୟଟକଙ୍କ ପ୍ରମୁଖ ଆକର୍ଷଣର କେନ୍ଦ୍ର ପାଲଟିଛି। ଲେକ୍‌ ଭ୍ୟୁ ପାର୍କ ଓ ବୋଟିଂ ପାଇଁ ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri