ହିନ୍ଦୀ, ଖେଳ ଶିକ୍ଷକ ପଢ଼ାଇବେ ସାହିତ୍ୟ, ଇତିହାସ, ଭୂଗୋଳ

ଢେଙ୍କାନାଳ ଅଫିସ, ୧୪ ।୮: ପ୍ରଧାନ ଶିକ୍ଷକଙ୍କ ବିନା ଅନୁମତିରେ ବିଦ୍ୟାଳୟକୁ ଗଣମାଧ୍ୟମ ପ୍ରତିନିଧି ପ୍ରବେଶ କରିପାରିବେ ନାହିଁ। କିଛିଦିନ ତଳେ ଢେଙ୍କାନାଳ ଜିଲା ଶିକ୍ଷା ବିଭାଗ ପକ୍ଷରୁ ଜାରି କରାଯାଇଥିବା ଏଭଳି ଏକ ଚିଠିକୁ ନେଇ ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ପରବର୍ତ୍ତୀ ସମୟରେ ଏହାକୁ ନେଇ ଜିଲାପାଳଙ୍କୁ ସ୍ପଷ୍ଟୀକରଣ ଦେବାକୁ ପଡ଼ିଥିଲା। ଏବେ ଅନୁରୂପ ଏକ ନିର୍ଦ୍ଦେଶନାମାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଜିଲାରେ ହିନ୍ଦୀ, କଳା ଓ କ୍ରୀଡ଼ା ଶିକ୍ଷକମାନେ ଏଣିକି ହାଇସ୍କୁଲର ଛାତ୍ରୀଛାତ୍ରଙ୍କୁ ସାହିତ୍ୟ, ଇତିହାସ, ଭୂଗୋଳ ପଢ଼ାଇବେ। ଗତ ୧୧ ତାରିଖରେ ଜିଲା ଶିକ୍ଷାଧିକାରୀ (ଡିଇଓ)ଙ୍କ କାର୍ଯ୍ୟାଳୟର ପତ୍ର ନଂ. ୧୧୨୭୭ରେ ଅନୁଯାୟୀ ସମସ୍ତ ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ହିନ୍ଦୀ, କଳା ଏବଂ କ୍ରୀଡ଼ା ଶିକ୍ଷକମାନେ ଆବଶ୍ୟକ ସଂଖ୍ୟକ କ୍ଲାସ୍‌ କରୁନାହାନ୍ତି। ତେଣୁ ସେମାନଙ୍କୁ ସାହିତ୍ୟ, ଇତିହାସ ଏବଂ ଭୂଗୋଳ ପଢ଼ାଇବା ପାଇଁ ଡିଇଓ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।
ଅନ୍ୟପଟେ ଶିକ୍ଷା ବିଭାଗର ଏଭଳି ନିଷ୍ପତ୍ତିକୁ ନେଇ ଶିକ୍ଷୟିତ୍ରୀଶିକ୍ଷକମାନେ ଖୋଲାଖୋଲି ବିରୋଧ କରୁ ନ ଥିଲେ ମଧ୍ୟ ସେମାନଙ୍କ ଭିତରେ ଅସନ୍ତୋଷ ସୃଷ୍ଟି ହୋଇଛି।
ଏ ସଂକ୍ରାନ୍ତରେ ଜିଲା ଶିକ୍ଷାଧିକାରୀ ନିବେଦିତା ପାଣି କୁହନ୍ତି, ଏହା ଏକ ବଡ଼ ଇସ୍ୟୁ ନୁହେଁ। ବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ପଦବୀ ଖାଲି ପଡ଼ିଛି। ତେଣୁ ଉକ୍ତ ବିଷୟରେ ପାଠ ପଢ଼ାଇବା ଲାଗି ଆଡ୍‌ଜଷ୍ଟ କରିବା ପାଇଁ ପ୍ରଧାନ ଶିକ୍ଷକମାନଙ୍କୁ କୁହାଯାଇଛି। ଏ ନେଇ ଶିକ୍ଷକ ସଂଘର କର୍ମକର୍ତ୍ତାଙ୍କ ସହିତ ଆଲୋଚନା ମଧ୍ୟ କରାଯାଇଛି। ତେବେ ଏହା ଏହା ବାଧ୍ୟତାମୂଳକ ନୁହେଁ ବୋଲି ସେ ପ୍ରତିକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧା ହେଲେ ରାଣିମୁଣ୍ଡା ସରପଞ୍ଚ, ପୂର୍ବତନ ପିଇଓ

ନୂଆପଡା,୫/୪ (ମକାରୁ ବେମାଲ): ନୂଆପଡା ଜ଼ିଲା ଖରିଆର ବ୍ଲକ ରାଣିମୁଣ୍ଡା ପଞ୍ଚାୟତ ସରପଞ୍ଚ ଓ ତତ୍କାଳୀନ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶୁକ୍ରବାର ରାତିରେ ଭିଜିଲାନ୍ସ ହାତରେ...

ଓଡିଆ ପକ୍ଷ ପାଳନ କାର୍ଯ୍ୟକ୍ରମକୁ ଆସିଲେନି ଅଧିକାରୀ: ବ୍ଲକ କର୍ମଚାରୀଙ୍କୁ ନେଇ ଐତିହ୍ୟ ଗଣଦୌଡ଼

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଓଡ଼ିଶା ପାଳୁଛି ଓଡ଼ିଆ ପକ୍ଷ। ଏଥିପାଇଁ ପଲ୍ଲୀଠାରୁ ରାଜ୍ୟର ରାଜଧାନୀ ପର୍ଯ୍ୟନ୍ତ ଏହି ପକ୍ଷକୁ ବଡ଼ ଧୁମଧାମ୍‌ରେ ପାଳନ କରାଯାଉଛି। ଓଡ଼ିଆ...

ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା କଲେ ବିଧାୟକ

ଥୁଆମୂଳ ରାମପୁର,୫ା୪ (ଦୁର୍ଗା କୀର୍ତ୍ତି)- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ପଞ୍ଚାୟତ ସମିତି ସଭାଗୃହଠାରେ ଶୁକ୍ରବାର ଲାଞ୍ଜିଗଡ ନିର୍ବାଚନ ମଣ୍ତଳୀ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କ...

ତରଭୁଜ ଚାଷକରି ଶିକ୍ଷକ ଲକ୍ଷପତି

କେନ୍ଦୁଝର,୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ପେସାରେ ଶିକ୍ଷକ, ନିଶା ତାଙ୍କର ଚାଷ। ଶିକ୍ଷକ ଚାକିରି ପରେ ବି କୁଳ ବେଉସାକୁ ଭୁଲି ପାରିନାହାନ୍ତି। ଚାକିରି ସହ ତରଭୁଜ...

ଫଳକରେ ଓଡ଼ିଆ ବନାନ ତ୍ରୁଟି

ସୁନାବେଡ଼ା/ସେମିଳିଗୁଡା,୫ା୪ (କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ଼): ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। କିନ୍ତୁ ଏହାର ସୁଫଳ ମିଳୁ ନ ଥିବା...

କଳାପଥର ଖାଦାନରେ ଟେଣ୍ଡର ଫିକ୍ସିଂ

ଯାଜପୁର,୫ା୪(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ କଳାପଥର, ବାଲି ଭଳି ଲଘୁ ଖଣିଜ ଖାଦାନ ଲିଜ୍‌ ନିମନ୍ତେ ବଡ଼ଧରଣର ଟେଣ୍ଡର ଫିକ୍ସିଂ ହୋଇଛି। ଅନେକ ଆବେଦନକାରୀ ସମ୍ପର୍କୀୟ...

ଘୋଷଣାରେ ସୀମିତ ନଦୀଭିତ୍ତିକ ବନ୍ଦର

ପାରାଦୀପ,୫ା୪(ଶରତ ରାଉତ): ଆଜି ହେଉଛି ବିଶ୍ୱ ନୌବାଣିଜ୍ୟ ଦିବସ। ନୌବାଣିଜ୍ୟ ଓଡ଼ିଶାର ପ୍ରାଚୀନ ପରମ୍ପରା ମଧ୍ୟରେ ଅନ୍ୟତମ ବୋଲି କୁହାଯାଏ। ପଣ୍ୟ କାରବାରରେ ବୃହତ୍‌ ବନ୍ଦର...

‘ଗୁଣ୍ଡିଚା ମନ୍ଦିର ଜନ୍ମବେଦି ନିଲାମ ପରିସରଭୁକ୍ତ ନ ହେଉ’

ପୁରୀ,୪ା୪(ଅଜିତ୍‌ କୁମାର ମହାନ୍ତି)-ବହୁଦିନ ଧରି ନିଲାମ ହେଉ ନ ଥିବା ରୋହିଣୀକୁଣ୍ଡ, ନରେନ୍ଦ୍ର ପୁଷ୍କରିଣୀ, କୋଇଲିବୈକୁଣ୍ଠକୁ ଶ୍ରୀମନ୍ଦିର ପ୍ରଶାସନ ନିଲାମ ଦେଲାଣି। ହୁଏତ ଗୁଣ୍ଡିଚା ମନ୍ଦିର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image