Categories: ବାଣିଜ୍ୟ

ପିଏନ୍‌ବି ପକ୍ଷରୁ ହିନ୍ଦୀ କାର୍ଯ୍ୟଶାଳା, ପ୍ରତିଯୋଗିତା

ଭୁବନେଶ୍ୱର,୨୯।୬: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି)ର ସମ୍ବଲପୁର ମଣ୍ଡଳ କାର୍ଯ୍ୟାଳୟ ପକ୍ଷରୁ ‘ରାଜଭାଷା କାର୍ଯ୍ୟାନ୍ବୟନ ସମିତିର ଜୁନ୍‌ ତ୍ରୈମାସିକ ବୈଠକ ତଥା କର୍ମଚାରୀମାନଙ୍କ ପାଇଁ ରାଜଭାଷା ନୀତି ଏବଂ ନିୟମ ସମ୍ପର୍କିତ ଏକ ହିନ୍ଦୀ କାର୍ଯ୍ୟଶାଳା ଏବଂ ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ ନିକଟରେ ଅନୁଷ୍ଠିତ ହୋଇଯାଇଛି। ସମ୍ବଲପୁର ମଣ୍ଡଳର ମୁଖ୍ୟ ଅଜିତ କୁମାର ମେହେରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ‘ରାଜଭାଷା କାର୍ଯ୍ୟାନ୍ବୟନ ସମିତି’ର ଜୁନ୍‌ ତ୍ରୈମାସର ପ୍ରଥମ ବୈଠକରେ ମଣ୍ଡଳ କାର୍ଯ୍ୟାଳୟ ଏବଂ ଏହାର ନିୟନ୍ତ୍ରଣାଧୀନ ଶାଖା କାର୍ଯ୍ୟାଳୟଗୁଡ଼ିକରେ ରାଜଭାଷା କାର୍ଯ୍ୟାନ୍ବୟନ ସ୍ଥିତିର ସମୀକ୍ଷା କରାଯାଇଥିଲା। ବରିଷ୍ଠ ପ୍ରବନ୍ଧକ (ରାଜଭାଷା) ଆନନ୍ଦ କୁମାର ମିଶ୍ର ଏକ ପିପିଟି ପ୍ରସ୍ତୁତ କରି ଏହା ମାଧ୍ୟମରେ ରାଜଭାଷା ବିଭାଗ, ଗୃହ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ରାଜଭାଷା ନୀତିର ପ୍ରଚାର ଓ ପ୍ରସାରରେ ୧୨ ‘ପ୍ର’ ର ନୀତି, ରାଜଭାଷାର ସାମ୍ବିଧାନିକ ସ୍ଥିତି, ଅଧିନିୟମ ଏବଂ ନିୟମାବଳୀର ସୂଚନା ଦେଇଥିଲେ। ଉକ୍ତ କାର୍ଯ୍ୟଶାଳା ଶେଷରେ ବିଷୟ ସମ୍ବନ୍ଧିତ ଏକ ପ୍ରଶ୍ନୋତ୍ତରୀ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ପ୍ରତିଯୋଗିତାରେ ବିଜୟୀ ପ୍ରତିଯୋଗୀ ଅଶ୍ୱିନୀ ପଟେଲ, ଶକ୍ତିଧର ଝା ଏବଂ ରଶ୍ମିତା ଭୋଇଙ୍କୁ ରାଜଭାଷା ମଣ୍ଡଳ ମୁଖ୍ୟ ଏବଂ ମୁଖ୍ୟ ପ୍ରବନ୍ଧକଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।

Share