ପାକିସ୍ତାନରେ ହିନ୍ଦୁ ଯୁବକଙ୍କ ଉପରେ ନିନ୍ଦା କରୁଥିବା ଅଭିଯୋଗ, ସୋସିଆଲ ମିଡିଆରେ ଈଶ୍ୱରଙ୍କୁ କହିଥିଲେ ନିଷ୍ଠୁର

ଇସଲାମାବାଦ,୧୪ ।୧: ପାକସ୍ତାନର ସିନ୍ଧ ଅଞ୍ଚଳରେ ଜଣେ ଯୁବକ ସୋସିଆଲ ମିଡିଆରେ ଈଶ୍ୱରଙ୍କୁ ନିଷ୍ଠୁର ବୋଲି କହିବା ମହଙ୍ଗା ପଡିଛି । ତାଙ୍କ ଉପରେ ଏବେ ନିନ୍ଦା ଅଭିଯୋଗ ଆସିଛି । ଏହି ସୂଚନା ଏକ ବିଦେଶୀ ପତ୍ରିକା ଦେଇଛି । ପାକିସ୍ତାନରେ ଯାହା ଉପରେ ନିନ୍ଦା ଅଭିଯୋଗ ହୋଇଥାଏ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥାଏ ।
ଇଟାଲୀର ଖବରଦାତା ମାର୍କୋ ରେସ୍ପିଟି ପତ୍ରିକା ବିଟର ୱିଣ୍ଟରରେ ଲେଖିଛନ୍ତି, ପାକିସ୍ତାନରେ ନିନ୍ଦା ଆଇନର ବିପଦ ହେଉଛି ଯେ ଏହାକୁ ସ୍ପଷ୍ଟ ଭାବେ ବ୍ୟାଖ୍ୟା କରାଯାଇନାହିଁ । ଗତ ମାସରେ ଘଟିଥିବା ଏହି ମାମଲା ଅସ୍ପଷ୍ଟତାର ଏକ ସ୍ପଷ୍ଟ ଉଦାହରଣ । ବିଟର ୱିଣ୍ଟର ରିପୋର୍ଟ ଅନୁଯାୟୀ, ନଭେମ୍ବର ୨୨ରେ ଜଣେ ଯୁବକ ହୋଇ ଯାଇଥିଲେ । ତାଙ୍କ ପରିବାର ଜାଣି ନ ଥିଲେ କି ସେ କେଉଁଠି ଅଛନ୍ତି । ତେବେ ୨୭ ଡିସେମ୍ବରରେ ସେ ଜେଲରେ ଥିବା ସୂଚନା ମିଳିଥିଲା ।
ଯୁବକ ଜଣକ ପାକିସ୍ତାନର ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟର । ସେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ କି ସେ ଦୁଃଖିତ ଓ ତାଙ୍କ ପରିବାର ମୃତ୍ୟୁର ସାମ୍ନା କରୁଛନ୍ତି । ତାଙ୍କୁ କଷ୍ଟ ଲାଗୁଛି କାରଣ ତାଙ୍କ ଭଉଣୀଙ୍କୁ ପ୍ରତିଦିନ ଘରୁ ନେଇଯାଉଛନ୍ତି ।
ଯୁବକଙ୍କ ପୋଷ୍ଟ ପାକିସ୍ତାନରେ ହିନ୍ଦୁ ଯୁବତିଙ୍କୁ ଅପହରଣ ଓ ଜବରଦସ୍ତ ଧର୍ମ ପରିବର୍ତ୍ତନକୁ ସ୍ପଷ୍ଟ ଭାବେ ଦର୍ଶାଉଥିଲା । ସେ ସୋସିଆଲ ମିଡିଆରେ ଲେଖିଥିଲେ, ‘ହେ ଭଗବାନ, ଆପଣ ଆପଣଙ୍କ ନିଷ୍ପତ୍ତିରେ ସବୁଠାରୁ ନିଷ୍ଠୁର ବ୍ୟକ୍ତି ।’

Share