ଆମେରିକା ସଂସଦରେ ଗଠନ ହେବ ହିନ୍ଦୁ କୌକସ…

ଓ୍ବାଶିଂଟନ,୧୫।୬ : ଭାରତୀୟ ସଂସଦୀୟ ସଦସ୍ୟ ଶ୍ରୀ ଥାନେଡର ଘୋଷଣା କରିଛନ୍ତି ସେ ଆମେରିକା ସଂସଦରେ ଏକ ହିନ୍ଦୁ କୌକସ ଗଠନ କରିବେ ଯେଉଁଥିରେ ସମାନ ଚିନ୍ତାଧାରା ବିଶିଷ୍ଟ ନେତାମାନେ ଏକାଠି ହେବେ। ଏହି କୌକସର ଉଦ୍ଦେଶ୍ୟ ହେବ ଦେଶରେ ହିନ୍ଦୁମାନଙ୍କ ପ୍ରତି ଘୃଣା ଓ ଭେଦଭାବ ନ ରହିବ। କ୍ୟାପିଟୋଲ ହିଲ୍ସରେ ଆୟୋଜିତ ହିନ୍ଦୁ ଆମେରିକୀୟ ସମ୍ମିଳନୀରେ ଶ୍ରୀ ଥାନେଦର ଏହା କହିଛନ୍ତି।

ଥାନେଦର ମିସିଗାନର ୧୩ ତମ ଜିଲାକୁ ପ୍ରତିନିଧିତ୍ୱ କରନ୍ତି। ହିନ୍ଦୁ ଆମେରିକୀୟ ସମ୍ମିଳନୀରେ ଯୋଗ ଦେଇ ଥାନେଡର କହିଛନ୍ତି ପ୍ରତ୍ୟେକ ବ୍ୟକ୍ତିଙ୍କର ନିଜର ଧର୍ମ ବାଛିବା ଏବଂ ଭୟ କିମ୍ବା ଭେଦଭାବ ବିନା ତାଙ୍କ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରିବାର ଅଧିକାର ରହିବା ଜରୁରୀ ଅଟେ। ଏହା ହେଉଛି ବ୍ୟକ୍ତିର ମୌଳିକ ଅଧିକାର। ଆମେରିକା ସଂସଦରେ ଥିବା କୌକସ ନେତାଙ୍କ ଗୋଷ୍ଠୀକୁ କୁହାଯାଏ। ଯାହାର ଏକ ସାଧାରଣ ବୈଧାନିକ ଉଦ୍ଦେଶ୍ୟ ରହିଥାଏ। କୌକସ ଚାମ୍ବରର ନିୟମ ଦ୍ୱାରା ପରିଚାଳିତ ।

ଥାନେଦର୍‌ ପୂର୍ବରୁ ଆମେରିକା ସଂସଦରେ ସମୋସା କୌକସର ସଦସ୍ୟ ଅଛନ୍ତି। ସମୋସା କୌକସ ହେଉଛି ମୂଳ ଭାରତୀୟଙ୍କର ଏକ ସଂସଦ ସମୂହ। ଯାହା ଆମେରିକା ସଂସଦରେ ଭାରତ ସହ ଜଡିତ ପ୍ରସଙ୍ଗ ଉଠାଇଥାଏ। ବର୍ତ୍ତମାନ ଭାରତୀୟ ମୂଳ ଲୋକମାନେ ହିନ୍ଦୁ କୌକସ ଘୋଷଣାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି। ଥାନେଦର୍‌ ସମସ୍ତଙ୍କୁ ଏହି କୌକସ ଯୋଗଦେବାକୁ ସ୍ବାଗତ କରିଛନ୍ତି। ସେ କହିଛନ୍ତି ଆମେ କାହା ବିରୁଦ୍ଧରେ ନାହୁଁ।

Share