ହିନ୍ଦୁ ସମୁଦାୟଙ୍କ ବଢୁଛି ଚିନ୍ତା: ଦୁର୍ଗାପୂଜା ଛୁଟିକୁ ବିରୋଧ

ଢାକା,୨୬।୯: ବାଂଲାଦେଶରେ ରହୁଥିବା ହିନ୍ଦୁ ସମୁଦାୟଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଦୁର୍ଗାପୂଜା ପାଖେଇ ଆସୁଥିବା ବେଳେ ବାଂଲାଦେଶର କଠୋରପନ୍ଥୀ ଇସ୍‌ଲାମିକ ସଙ୍ଗଠନଗୁଡ଼ିକ ପକ୍ଷରୁ ଏହି ସାର୍ବଜନୀନ ଉତ୍ସବକୁ ବିଭିନ୍ନ ଉପାୟରେ ବିରୋଧ କରାଯାଉଛି। ସେହିପରି ଦୁର୍ଗାପୂଜା ଅବସରରେ ଦେଶବ୍ୟାପୀ ଛୁଟି ଘୋଷଣାକୁ ମଧ୍ୟ ଇସ୍‌ଲାମିକ ସଙ୍ଗଠନଗୁଡ଼ିକ ବିରୋଧ କରିଛନ୍ତି। ଗୁରୁବାର ଏହି ଦାବିକୁ ନେଇ ‘ଇନ୍‌ସାଫ କିମ୍‌କାରୀ ଛାତ୍ର ଜନତା’ ନାମକ ଏକ କଠୋରପନ୍ଥୀ ଇସ୍‌ଲାମିକ ସଙ୍ଗଠନ ଢାକାର ସେକ୍ଟର-୧୩ ଅଞ୍ଚଳରେ ଶୋଭାଯାତ୍ରା କରିବା ସହ ପ୍ରତିବାଦ ସଭାର ଆୟୋଜନ କରିଛି। ଢାକାର ଏକ ଖେଳ ପଡ଼ିଆରେ ଦୁର୍ଗାପୂଜା ପାଇଁ ହିନ୍ଦୁମାନଙ୍କ ପକ୍ଷରୁ ଚାଲିଥିବା ପେଣ୍ଡାଲ ପ୍ରସ୍ତୁତିକୁ ମଧ୍ୟ ଏହି ସଙ୍ଗଠନ ବିରୋଧ କରିଛି। ‘ଇନ୍‌ସାଫ କିମ୍‌କାରୀ ଛାତ୍ର ଜନତା’ର ସଦସ୍ୟମାନେ ବିଭିନ୍ନ ପ୍ରକାର ବ୍ୟାନର ସହ ଗୁରୁବାର ପ୍ରତିବାଦ କରିଛନ୍ତି।

ଉକ୍ତ ବ୍ୟାନରରେ ଲେଖାଯାଇଛି, ରାସ୍ତା ବନ୍ଦ କରି ଦୁର୍ଗାପୂଜା ପାଇଁ ଅନୁମତି ନ ଦିଆଯାଉ, ମୂର୍ତ୍ତି ବିସର୍ଜନକୁ ଅନୁମତି ଦିଆଯାଇ ଜଳ ପ୍ରଦୂଷଣକୁ ବଢ଼ା ନ ଯାଉ। ସେହିପରି ଉକ୍ତ ସଙ୍ଗଠନ ପକ୍ଷରୁ ବାଂଲାଦେଶର ନୂତନ ଅନ୍ତରୀଣ ସରକାରଙ୍କ ଉଦ୍ଦେଶ୍ୟରେ ୧୬ଟି ଦାବିପତ୍ର ଉପସ୍ଥାପନ କରାଯାଇଛି। ପର୍ଯ୍ୟାବରଣକୁ କ୍ଷତି ପହଞ୍ଚୁଥିବା ଦର୍ଶାଇ ମୂର୍ତ୍ତି ବିସର୍ଜନରେ ଶୋଭାଯାତ୍ରାକୁ ଅନୁମତି ନ ଦେବା ପାଇଁ ଏହି ଇସ୍‌ଲାମିକ୍‌ ସଙ୍ଗଠନ ଦାବି କରିଛି।

ସେହିପରି ଦୁର୍ଗାପୂଜାର ଖର୍ଚ୍ଚ ପାଇଁ ସରକାରୀ ରିଲିଫ୍‌ ପାଣ୍ଠିର ବ୍ୟବହାରକୁ ରୋକାଯିବା ଆବଶ୍ୟକ ବୋଲି ଏହି ସଙ୍ଗଠନ କହିଛି। ‘ଇନ୍‌ସାଫ କିମ୍‌କାରୀ ଛାତ୍ର ଜନତା’ ପକ୍ଷରୁ କୁହାଯାଇଛି, ଦେଶରେ ହିନ୍ଦୁମାନଙ୍କର ଜନସଂଖ୍ୟା ୨%ରୁ ମଧ୍ୟ କମ୍‌। ତେଣୁ ଦୁର୍ଗାପୂଜାକୁ ଦେଶରେ ଛୁଟିଦିନ ଭାବରେ ଘୋଷଣା କରିବାର ଆବଶ୍ୟକତା ନାହିଁ। ଏହାଫଳରେ ବହୁ ସଂଖ୍ୟକ ମୁସଲମାନଙ୍କୁ ଅନେକ ସମସ୍ୟାର ସାମ୍‌ନା କରିବାକୁ ପଡ଼ୁଛି। ସେହିପରି ହିନ୍ଦୁମାନଙ୍କର କୌଣସି ପର୍ବପର୍ବାଣିକୁ ମୁସଲମାନମାନେ ସମର୍ଥନ କରିବା ଉଚିତ ନୁହେଁ ବୋଲି ଏହି କଠୋରପନ୍ଥୀ ଇସ୍‌ଲାମିକ ସଙ୍ଗଠନ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

Christmas: ଖ୍ରୀଷ୍ଟମାସ ଅବସରରେ ଚର୍ଚ୍ଚ ଗଲେ ମୋଦି, ପ୍ରାର୍ଥନା ସଭାରେ ଯୋଗଦେଇ….

ନୂଆଦିଲ୍ଲୀ,୨୫।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଖ୍ରୀଷ୍ଟମାସ ଅବସରରେ ଦିଲ୍ଲୀର କ୍ୟାଥେଡ୍ରାଲ୍ ଚର୍ଚ୍ଚ ପରିଦର୍ଶନ କରିଥିଲେ। ସେ ସେଠାରେ ପ୍ରାର୍ଥନା ସେବାରେ ମଧ୍ୟ ଅଂଶଗ୍ରହଣ କରିଥିଲେ।...

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

କେମିତି ପାଇବେ ପ୍ରଦୂଷଣ ସାର୍ଟିଫିକେଟ? ଜାଣନ୍ତୁ ଷ୍ଟେପ ବାଏ ଷ୍ଟେପ…

ଜୋରଦାର ହେବ ଟ୍ରାଫିକ ଧରପଗଡ଼ । ଗାଡ଼ିରେ ଯଦି ଆପଣ ସବୁଜ ଷ୍ଟିକର ଲଗାଇ ନ ଥିବେ, ତେବେ ମୋଟା ଅଙ୍କର ଫାଇନ ଦେବାକୁ ପଡ଼ିବ...

୬ଦିନରେ ସାରି ଦିଅନ୍ତୁ ଏହି ଜରୁରୀ କାମ, ନ ହେଲେ କଟିଯିବ…

ନୂଆଦିଲ୍ଲୀ,୨୫।୧୨: ବର୍ଷ ଶେଷ ହେବାକୁ ଆଉ ମାତ୍ର ଛଅ ଦିନ ବାକି ଥିବାରୁ, ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାର ଶେଷ ତାରିଖ ପାଖେଇ ଆସୁଛି।...

ବାଂଲାଦେଶ ପହଞ୍ଚିଲେ ତାରିକ ରହମାନ, ୟୁନୁସଙ୍କୁ ଲାଗିଲା ବଡ଼ ଝଟକା

ଢାକା,୨୫।୧୨: ଭାରତର ପଡ଼ୋଶୀ ଦେଶ ବାଂଲାଦେଶରେ ଚାଲିଥିବା ଅଶାନ୍ତି ମଧ୍ୟରେ, ଅନ୍ତରୀଣ ସରକାରକୁ ଏକ ବଡ଼ ଝଟକା ଲାଗିଛି। ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ...

କରଡା ଘାଟିରେ ଗାର୍ଡ ୱାଲ ନାହିଁ, କାମରେ ବିଳମ୍ବ କରୁଛି ଠିକା ସଂସ୍ଥା

ରାଇକିଆ,୨୫।୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ଚାରୋଟି ପ୍ରମୁଖ ପଞ୍ଚାୟତ କରଡ଼ା, ଇନ୍ଦ୍ରଗଡ଼, ବଡ଼ ବରବା ଏବଂ ରଣବା ରହିଛି ଘାଟି ତଳ...

କାର୍‌ ନା ବାଇକ୍‌, କେଉଁ ଗାଡିର ଅଧିକ ଚାଲାଣ କାଟେ ଟ୍ରାଫିକ୍‌ ପୋଲିସ?

ନୂଆଦିଲ୍ଲୀ,୨୫।୧୨: ଦିଲ୍ଲୀର ଟ୍ରାଫିକ ପୋଲିସ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ପ୍ରତି କ୍ରମଶଃ କଠୋର ହେବାରେ ଲାଗିଛି। ଏହା ସତ୍ତ୍ୱେ, ବହୁ ସଂଖ୍ୟକ ଡ୍ରାଇଭର PUCCକୁ ହାଲୁକା...

ପ୍ରାଥମିକ ସ୍ତରରେ ମାତାପିତାଙ୍କ ଶିକ୍ଷା ପିଲାଙ୍କ ପାଇଁ ଭବିଷ୍ୟତରେ ଉଜ୍ବଳମୟ ହୋଇଥାଏ

କେସିଙ୍ଗା,୨୫।୧୨,( ତୁମେଶ୍ୱର ସାହୁ): ପିଲାଙ୍କ ଜନ୍ମ ଦିନରୁ ମାତାପିତାଙ୍କର ଯେଉଁ ଭଳି ଯତ୍ନ ଓ ଶିକ୍ଷା ମିଳି ଥାଏ, ତଦନୁଯାୟୀ ପିଲା ଭବିଷ୍ୟତରେ ଏକ ସୁନାଗରିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri