କୋକସରା,୧୧ା୬(ଡି.ଏନ୍.ଏ.): ବିବାଦୀୟ ଜ୍ଞାନବାପି ମସ୍ଜିଦ ବିଷୟରେ ଏକ ଟିଭି ଚ୍ୟାନେଲର ବିତର୍କରେ ହିନ୍ଦୁଧର୍ମ ତଥା ହିନ୍ଦୁ ଦେବାଦେବୀଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ପ୍ରସଙ୍ଗ ଏବେ କଳାହାଣ୍ଡିରେ ପହଞ୍ଚିଛି। ଭାଜପାର ରାଷ୍ଟ୍ରୀୟ ପ୍ରବକ୍ତା ନୂପୁର ଶର୍ମା ଓ ଏସ୍ଡିଆଇ ରାଜନୈତିକ ଦଳର ତସ୍ଲିମ୍ ରେହମାନ ସନାତନ ଧର୍ମର ଆରାଧ୍ୟ ଦେବତା ମହାଦେବଙ୍କ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ଭାରତର କୋଣ ଅନୁକୋଣରେ ହିନ୍ଦୁ ଓ ମୁସଲିମମାନଙ୍କ ଦ୍ୱାରା ସାମ୍ପ୍ରତିକ ଦଙ୍ଗା ଭଳି ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହାକୁ ନେଇ ଶନିବାର କଳାହାଣ୍ଡି ଜିଲା କୋକସରା ଥାନାରେ ଦେବସେନା ଓଡ଼ିଶାର ଅଧ୍ୟକ୍ଷ ଘେନୁରାମ ମଙ୍ଗରାଜ ସହ ତାଙ୍କ ସମର୍ଥକମାନେ ଥାନାଧିକାରୀଙ୍କୁ ଏକ ଲିଖିତ ଅଭିଯୋଗ ଦେଇଛନ୍ତି। ଏହା ସହ ତସ୍ଲିମ୍ ରେହମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହିତ ତାଙ୍କ ସହିତ ସଂଶ୍ଲିଷ୍ଟ ଥିବା ଅସମାଜିକ ବ୍ୟକ୍ତିମାନଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି । ଏହି ସମୟରେ ଦେବସେନାର କାର୍ଯ୍ୟକର୍ତ୍ତା ଦେବେନ୍ଦ୍ର ଯୁଏଡ, କରୁଣା ନାଏକ, ଭାରତ ଭୂଷଣ ମେହେର, ତେଜୁ ଆଚାର୍ଯ୍ୟ, ଉମା ଶଙ୍କର ଗୋପାଳ, ଗଣପତି ନିଆଲ, ବନମାଳୀ ନିଆଲ, ଦେବଚନ୍ଦ୍ର ହଂସ, ଦ୍ରୋଣ ଗୋପାଳଙ୍କ ସମେତ ଦେବସେନା କଳାହାଣ୍ଡି ଜିଲା କୋକସରା ମଣ୍ଡଳର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।