ଢାକା,୧୯।୧୧(ଆଇଏଏନ୍ଏସ୍): ଦିଲ୍ଲୀରେ ଜଣେ ମୁସଲମାନ ଯୁବକ ତାଙ୍କ ଲିଭ୍-ଇନ୍ ପାର୍ଟନରଙ୍କୁ ହତ୍ୟା କରିବା ପରେ ୩୫ ଖଣ୍ଡ କରି ଫିଙ୍ଗିବା ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଥିବାବେଳେ ବାଂଲାଦେଶରେ ଅନୁରୂପ ଅପରାଧ ଘଟିଛି। ସେଠାରେ ଜଣେ ମୁସଲମାନ ପ୍ରେମିକ ତାଙ୍କ ହିନ୍ଦୁ ପ୍ରେମିକାଙ୍କୁ ହତ୍ୟା କରିବା ପରେ ଶରୀରକୁ ୩ ଖଣ୍ଡ କରି ଡ୍ରେନ୍ରେ ଫିଙ୍ଗିଦେଇଛନ୍ତି। ଖୁଲ୍ନା ଜିଲାର ସୋନାଡଙ୍ଗା ଅଞ୍ଚଳରେ ପ୍ରେମିକ ଅବୁ ବକର ସିଦ୍ଦିକୀ ଗତ ୭ ତାରିଖରେ କବିତା ରାଣୀଙ୍କ ମୁଣ୍ଡ ଓ ହାତକୁ କାଟି ତାହାକୁ ପ୍ଲାଷ୍ଟିକ୍ ବ୍ୟାଗ୍ରେ ପୂରାଇ ଫିଙ୍ଗିଦେଇଥିବା ଭଏସ୍ ଅଫ୍ ବାଂଲାଦେଶ ହିନ୍ଦୁ ପକ୍ଷରୁ କୁହାଯାଇଛି। ଅବୁ ବିବାହିତ ଜାଣିବା ପରେ ଦୁହିଁଙ୍କ ମଧ୍ୟରେ ଝଗଡ଼ାରୁ ହତ୍ୟାକାଣ୍ଡ ଘଟିଥିଲା। ଅଭିଯୁକ୍ତଙ୍କୁ ରାପିଡ୍ ଆକ୍ସନ ବାଟାଲିୟନ ଗିରଫ କରିଛି।