ପାକିସ୍ତାନରେ ହିନ୍ଦୁ ଯୁବତୀଙ୍କୁ ହତ୍ୟା

ଇସଲାମାବାଦ୍‌,୨୨।୩: ପାକିସ୍ତାନ ସୁକୁର ରୋହିରରେ ଜଣେ ହିନ୍ଦୁ ଯୁବତୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତ ଯୁବତୀଙ୍କ ନାମ ପୂଜା ଓଏଡ୍‌ ଓ ଘର ସିନ୍ଧରେ। ୧୮ ବର୍ଷୀୟା ପୂଜାଙ୍କୁ ଦୁର୍ବୃତ୍ତମାନେ ଅପହରଣ ଉଦ୍ୟମବେଳେ ସେ ପ୍ରତିବାଦ କରିବାରୁ ହତ୍ୟାର ଶିକାର ହୋଇଥିଲେ। ଶତାଧିକ ହିନ୍ଦୁ ଓ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଇଥିବା ମାନବାଧିକାର କର୍ମୀମାନେ ଅଭିଯୋଗ ଆଣିଛନ୍ତି । ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କୁ ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରାଯାଉଥିବାବେଳେ ଅଧିକ ମାତ୍ରାରେ ମହିଳା ଏହାର ଶିକାର ହେଉଛନ୍ତି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ପାକିସ୍ତାନ ସରକାର ଏ ନେଇ କୌଣସି ପଦକ୍ଷେପ ନେଉ ନ ଥିବା କାରଣରୁ ସଂଖ୍ୟାଲଘୁଙ୍କ ଉପରେ ମୁସଲମାନଙ୍କ ଅତ୍ୟାଚାର ବଢ଼ିଚାଲିଛି। ପାକିସ୍ତାନରେ ମୋଟ ୧.୬୦ ପ୍ରତିଶତ ହିନ୍ଦୁ ବାସ କରୁଥିବାବେଳେ ସିନ୍ଧରେ ୬.୫୧% ବସବାସ କରନ୍ତି।

Share