Categories: ଜାତୀୟ

ମସ୍‌ଜିଦରେ କୃଷ୍ଣଙ୍କ ମୂର୍ତ୍ତି ପ୍ରତିଷ୍ଠା କରିବୁ

ଲକ୍ଷ୍ନୌ,୧୭।୧୧: ଭଗବାନ କୃଷ୍ଣଙ୍କ ଅସଲ ଜନ୍ମସ୍ଥାନ ତଥା ମଥୁରାସ୍ଥିତ ମସ୍‌ଜିଦରେ ମୂର୍ତ୍ତି ସ୍ଥାପନ କରିବାକୁ ଘୋଷଣା କରିଛି ଅଖିଳ ଭାରତ ହିନ୍ଦୁ ମହାସଭା (ଏବିଏସ୍‌ଏମ୍‌)। ହିନ୍ଦୁ ମହାସଭା ନେତ୍ରୀ ରାଜ୍ୟଶ୍ରୀ ଚୌଧରୀ କହିଛନ୍ତି, ଡିସେମ୍ବର ୬ ତାରିଖରେ ଭଗବାନଙ୍କ ଅସଲ ଜନ୍ମସ୍ଥାନ ଶୁଦ୍ଧ କରିବା ପାଇଁ ମହା ଜଳାଭିଷେକ କରାଯିବ। ତା’ ପରେ ଭଗବାନ କୃଷ୍ଣଙ୍କ ମୂର୍ତ୍ତିକୁ ସ୍ଥାପନ କରିବୁ।

ଡାହଣ ପନ୍ଥୀ ସଂଗଠନ ମହା ଜଳାଭିଷେକ ପାଇଁ ଡିସେମ୍ବର ୬ ତାରିଖକୁ ଧାର୍ଯ୍ୟ କରିଛି। ସେହି ଦିନ ୧୯୯୨ରେ ଅଯୋଧ୍ୟାରେ ବାବରି ମସ୍‌ଜିଦ ଭଙ୍ଗା ଯାଇଥିଲା।

ହିନ୍ଦୁ ମହାସଭା ପକ୍ଷରୁ ମନ୍ଦିର ପାଖରେ ଥିବା ଶାହି ଇଦଗା ମସ୍‌ଜିଦ ମଧ୍ୟରେ ରୀତିନୀତି କରାଯିବ ବୋଲି ଧମକ ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ୧୭ଶ ଶତାବ୍ଦୀରେ ନିର୍ମାଣ ହୋଇଥିବା ମସ୍‌ଜିଦକୁ ହଟାଇବା ଲାଗି ସ୍ଥାନୀୟ କୋର୍ଟରେ କରାଯାଇଥିବା ଅନେକ ଆବେଦନର ଶୁଣାଣି ଚାଲିଛି।

Share