Categories: ଜାତୀୟ

୬ ଡିସେମ୍ବରରେ ମଥୁରା ମସଜିଦ୍‌ରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ପ୍ରତିମା ସ୍ଥାପନ କରିବ ହିନ୍ଦୁ ମହାସଭା…

ମଥୁରା,୧୮।୧୧: ପ୍ରଭୁ ଶ୍ରୀକୃଷ୍ଣଙ୍କ ପ୍ରତିମା ୬ ଡିସେମ୍ବରରେ ମଥୁରା ମସଜିଦ୍‌ରେ ସ୍ଥାପନ କରିବା ଲାଗି ହିନ୍ଦୁ ମହାସଭା ପକ୍ଷରୁ ଘୋଷଣା କରାଯାଇଛି। ପ୍ରଭୁଙ୍କ ବାସ୍ତବିକ ଜନ୍ମସ୍ଥାନରେ ପ୍ରତିମା ସ୍ଥାପନ ଲାଗି ମହାସଭା କହିଛି। ଏହା ସହିତ ଶାହି ମସଜିଦ୍‌ ଇଦ୍‌ଗାହରେ ଲଡୁ ଗୋପାଳଙ୍କ ଜଳାଭିଷେକ କରାଯିବା ଲାଗି ମହାସଭା ପକ୍ଷରୁ କୁହାଯାଇଛି। ଏହି ଉପଲକ୍ଷେ ଦେଶର ବିଭିନ୍ନ ପବିତ୍ର ନଦୀର ଜଳ ନେଇ ମହାସଭାର ପଦାଧିକାରୀ ମଥୁରାରେ ପହଞ୍ଚିବେ।

ସ୍ଥାନୀୟ ଅଦାଲତରେ ୧୭ ଶତାବ୍ଦୀର ମସଜିଦ୍‌କୁ କଟରା କେଶବ ଦେବ ମନ୍ଦିର ନିକଟରୁ ହଟାଇବା ପାଇଁ ଏକ ମାମଲାର ବିଚାର ଜାରି ରହିଛି।

ହିନ୍ଦୁ ମହାସଭା ପକ୍ଷରୁ ରାଜଶ୍ରୀ ଚୌଧରୀ କହିଛନ୍ତି ଯେ, ଏହି ସ୍ଥାନକୁ ’ଶୁଦ୍ଧ’ କରିବା ପାଇଁ ’ମହା ଜଳ ଅଭିଷେକ’ ପରେ ଡିସେମ୍ବର ୬ରେ ପ୍ରତିମା ସ୍ଥାପନ କରାଯିବ। ମସଜିଦ ଭିତରେ ମୂର୍ତ୍ତି ସ୍ଥାପନ ପାଇଁ ମନୋନୀତ ହୋଇଥିବା ତାରିଖ ୧୯୯୨ ଡିସେମ୍ବର ୬ରେ ଅଯୋଧ୍ୟାରେ ବାବ୍ରି ମସଜିଦ ଭାଙ୍ଗିବାର ବାର୍ଷିକୀ ସହିତ ମେଳ ଖାଉଛି। ତେବେ ୧୯୯୨ ଘଟଣା ଏବଂ ମଥୁରା ଯୋଜନା ମଧ୍ୟରେ କୌଣସି ସମ୍ପର୍କ ନାହିଁ ବୋଲି ରାଜଶ୍ରୀ ଚୌଧୁରୀ କହିଛନ୍ତି।

ସେ କହିଛନ୍ତି ଯେ ଆମକୁ ଏପର୍ଯ୍ୟନ୍ତ ରାଜନୈତି ସ୍ବାଧୀନତା ମିଳିଛି, କିନ୍ତୁ ଆଧ୍ୟାତ୍ମିକ, ଅଥନୈତିକ ଏବଂ ସାଂସ୍କୃତିକ ସ୍ବାଧୀନତା ଏପର୍ଯ୍ୟନ୍ତ ହାସଲ ହୋଇପାରି ନାହିଁ। ସେ କହିଛନ୍ତି ଯେ ମହାସଭାର ଉଦ୍ଦେଶ୍ୟ ହେଉଛି ସ୍ବାଧୀନ ଭାରତକୁ ସନାତନ ଭାରତକୁ ଫେରାଇ ଆଣିବା। ମହାସଭା ଚାହୁଁଛି ଏକ ସ୍ବାଧୀନ ଭାରତ ସୃଷ୍ଟି ହେଉ। ମସଜିଦ କିମ୍ବା କୌଣସି ପରିସର ସହିତ ଆମର କିଛି  ସମ୍ପର୍କ ନାହିଁ। ଏହା ଏକ ମସଜିଦ ନୁହେଁ। ଏକ ଇଦ୍‌ଗାହ। ଏହାର ଅର୍ଥ ହେଉଛି ଏକ ସାଧାରଣ ସଭା ସ୍ଥାନ। ତେଣୁ ଏହାକୁ ନେଇ ବିବାଦ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି। ଯେକେହି ଯେ କୌଣସି ସମୟରେ ଏଠାକୁ ଯାଇପାରିବେ। ଯଦି ଇଦ୍‌ଗାହ ଖୋଳାଯିବ ତେବେ ସେଠାରୁ ଠାକୁର କେଶବ ଦେବ ମନ୍ଦିର ସହିତ ଜଡିତ ମୂର୍ତ୍ତି ବାହାରିବେ ବୋଲି ସେ କହିଛନ୍ତି।

Share