ଭୁବନେଶ୍ୱର, ୪।୪(ବ୍ୟୁରୋ): ଢେଙ୍କାନାଳ ଜିଲା ହିନ୍ଦୋଳ ଏନ୍ଏସିରେ ଏପ୍ରିଲ ୩ରେ ମତଦାନ ଶେଷ ହୋଇଛି। ତେବେ ବୁଧବାର ଗଣତି ହେବା ସହ ନିର୍ବାଚନର ଫଳାଫଳ ଘୋଷଣା କରାଯିବ। ଏନେଇ ହିନ୍ଦୋଳ ଏନ୍ଏସିରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଭୋଟ ଗଣତି ପାଇଁ ୨ଟି ଟେବୁଲ ପ୍ରସ୍ତୁତ କରାଯାଇଛି। ୧୬ଟି ବୁଥ୍ ପାଇଁ ୧୬ଟି ଫେଜ୍ରେ ଗଣତି ହେବ ବୋଲି ସୂଚନା ରହିଛି। ସେପଟେ ଗଣତି ପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ସୂଚନାଯୋଗ୍ୟ, ହିନ୍ଦୋଳ ଏନ୍ଏସିରେ ୮୮ ପ୍ରତିଶତ ମତଦାନ ହୋଇଛି।